କିଟ୍‍ ଓ କିସରେ ଚେସ୍‍ ଅଲିମ୍ପିଆଡ୍‍ ଟର୍ଚ୍ଚ ରିଲେକୁ ଭବ୍ୟ ସ୍ୱାଗତ

0

ଭୁବନେଶ୍ୱର : ଚେସ୍‍ ଅଲିମ୍ପିଆଡ୍‍ ଟର୍ଚ୍ଚ ରିଲେକୁ କିଟ୍‍ ଓ କିସ୍‍ ପକ୍ଷରୁ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଛି । ଏହି ଅବସରରେ କିଟ୍‍ର ୧୦ ହଜାର କର୍ମଚାରୀ, ୧୦ ହଜାର ଛାତ୍ରଛାତ୍ରୀ ଏବଂ କିସ୍‍ର ୩୦ ହଜାର ଛାତ୍ରଛାତ୍ରୀ ଏହି ରିଲେକୁ କିଟ୍‍ ଛକରୁ ରାସ୍ତାର ଉଭୟ ପାଶ୍ୱର୍ରେ ରହି ସ୍ୱାଗତ ଜଣାଇଥିଲେ । କିଟ୍‍ ଓ କିସ୍‍ ରାସ୍ତାର ବିଭିନ୍ନ ସ୍ଥାନରେ ଟର୍ଚ୍ଚକୁ ସ୍ୱାଗତ କରାଯାଇ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ଏଥିରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, ଚେସ୍‍ ଖେଳାଳି ପଦ୍ମିନୀ ରାଉତ, ଅପରାଜିତା ଗୋଛିକାର, ଅଲ୍‍ ଓଡ଼ିଶା ଚେସ୍‍ ଆସୋସିଏସନ୍‍ର ସଭାପତି ଜି. ସି ମହାପାତ୍ର, ସମ୍ପାଦକ ଦେବବ୍ରତ ଭଟ୍ଟ, ଅଲ୍‍ ଇଣ୍ଡିଆ ଚେସ୍‍ ଫେଡେରେସନ୍‍ର ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ କିଟ୍‍ ଓ କିସ୍‍ରେ ଏହି ଟର୍ଚ୍ଚ ରିଲେକୁ ଏତେ ସଂଖ୍ୟକ ବ୍ୟକ୍ତିଙ୍କ ଦ୍ୱାରା ସ୍ୱାଗତ କରାଯାଇଥିଲା ।
ଜୁଲାଇ ୨୮ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇଠାରେ ପ୍ରଥମ ଥର ଲାଗି ଚେସ୍‍ ଅଲିମ୍ପିଆଡ୍‍ ଅନୁଷ୍ଠିତ ହେବାକୁ ଯାଉଛି । ଏହାର ଅବ୍ୟବହିତ ପୂର୍ବରୁ ଗତ ଜୁନ୍‍ ୧୯ ତାରିଖରେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଲିମ୍ପିଆଡ୍‍ ଟର୍ଚ୍ଚ ରିଲେର ଉଦ୍‍ଘାଟନ କରିଥିଲେ । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଏହି ଟର୍ଚ୍ଚ ରିଲେ ଦେଶର ୭୫ଟି ପ୍ରମୁଖ ସହର ପରିକ୍ରମା କରିବାକୁ ଥିବା ବେଳେ ଆଜି ଭୁବନେଶ୍ୱରରେ ପହଞ୍ଚିଥିଲା । ଏହି ଟର୍ଚ୍ଚ ରିଲେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ôଚବା ପରେ ସେଠାରୁ ଏକ ଭବ୍ୟ ଶୋଭାଯାତ୍ରାରେ ଓଡ଼ିଶା ଲୋକସେବା ଭବନକୁ ନିଆଯାଇଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସ୍ୱାଗତ କରିଥିଲେ । ଏଠାରେ ଚେସ୍‍ ଅଲିମ୍ପିଆଡ୍‍ ଆୟୋଜକ କମିଟିର ସଦସ୍ୟ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମଧ୍ୟ ଉପସ୍ଥିତ ରହି ଏହାକୁ ସ୍ୱାଗତ କରିଥିଲେ ।

Leave A Reply

Your email address will not be published.