ଭଦ୍ରକ, ସୀତାକାନ୍ତ ପାଢ଼ୀ -:ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ନେତା ଅଜୟ କୁମାରଙ୍କ ମନ୍ତବ୍ୟ କୁ ନେଇ ସାରା ରାଜ୍ୟରେ ଵିକ୍ଷୋଭ ଦେଖାଦେଇଛି। ଆଜି ଏହି ପରିପ୍ରେକ୍ଷୀରେ ଭଦ୍ରକରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ଓ କୁଶପୁଳିକା ଦାହ କରାଯାଇଛି। କଂଗ୍ରେସ ନେତାଙ୍କର ଏଭଳି ମନ୍ତବ୍ୟ ନିଶ୍ଚିତ ସମସ୍ତ ମନରେ କଷ୍ଟ ଦେଇଛି। ଅଜୟ ନିଜର ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ। ତାଙ୍କର ଏଭଳି ମନ୍ତବ୍ୟ ଆଦୌ ଶୋଭନୀୟ ନୁହେଁ। କଂଗ୍ରେସ ନେତା ଅଜୟ କୁମାରଙ୍କ କୁଶ ପୁତ୍ତଳିକା ଦାହ l ଏନ୍. ଡି. ଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁଙ୍କ ଉପରେ ଦେଇ ଥିବା ବୟାନକୁ ନେଇ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ କୁଶପୁତ୍ତଳିକା ଦାହ କରାଯାଇଥିଲା l ଅଜୟ କୁମାର କ୍ଷମା ମାଗନ୍ତୁ ନଚେତ୍ ଆଗାମୀ ଦିନରେ ତୀବ୍ର ଆନ୍ଦଳନ କରାଯିବ ଵିଜେପି ପକ୍ଷରୁ ଦାବି କରାଯାଇଛି।ଟାଉନ ହଲଛକରେ ବିଜେପି ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା l
Sign in
Sign in
Recover your password.
A password will be e-mailed to you.
Prev Post