ଭଞ୍ଜନଗର : ଭଞ୍ଜନଗର – ସୋରଡା ରାସ୍ତାର ଦୁବୁଲୁଣ୍ଡା ନିକଟରେ ଭାରସାମ୍ୟ ହରାଇ ଗୁରୁବାର ସନ୍ଧ୍ୟାରେ ଏକ ବାଇକ ଗଛକୁ ପିଟି ହେବା ଫଳରେ ଚାଳକ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଭଞ୍ଜନଗର ଥାନା ଖମାରେଡି ଗ୍ରାମର ବୁଲୁ ଜେନା (୩୫) । ବୁଲୁ ବାଇକ ଯୋଗେ ଶଶୁର ଘର ବଡ଼ବୋରସିଂ ଅଭିମୁଖେ ଯାଉଥିବା ବେଳେ ଦୁବୁଲୁଣ୍ଡା ଗ୍ରାମ ନିକଟ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଇଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଗାଙ୍ଗପୁର ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Sign in
Sign in
Recover your password.
A password will be e-mailed to you.
Next Post