କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ଅନ୍ତର୍ଗତ ଶଙ୍କରଡ଼ା ପଂଚାୟତର ଗୋବିରୀ ଘାଟିରେ ଗୋଟିଏ ପରିବାରର ମା ଓ ପୁଅ ଝାଡ଼ାବାନ୍ତି ରେ ପୀଡ଼ିତା ହୋଇ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଏହି ଗାଁ ର ଯୁବକ ତାସି ମାଝୀ (35) ଓ ତାଙ୍କ ମାଆ କହେଁଇ ମାଝି (60) ହଠାତ୍ ଆଜି ସକାଳୁ ଝାଡ଼ା ସହ ବାନ୍ତି ହେବା ଫଳରେ ତାଙ୍କୁ କାଶୀପୁର ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିବା ବେଳେ ପ୍ରତିବର୍ଷ କାଶିପୁର ବ୍ଲକ୍ ର ବିଭିନ୍ନ ଅଞ୍ଚଳରେ ଏହି ବର୍ଷା ଦିନରେ ଏଭଳି ଝାଡ଼ାବାନ୍ତି ଭଳି ମାରାତ୍ମକ ରୋଗରେ ପୀଡିତ ହେଉଛନ୍ତି । ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗ କେବଳ ସଚେତନ ଏବଂ ପ୍ରତି ଗାଁ ରେ ଏହାର ପ୍ରତିକାର ପାଇଁ ପଦକ୍ଷେପ ନେଉଥିବା କହୁଥିବା ବେଳେ ଏଭଳି ଝାଡ଼ାବାନ୍ତି ଭଳି ମାରାତ୍ମକ ରୋଗରୁ କେବେ କାଶିପୁର ଅଞ୍ଚଳ ବାସି ତ୍ରାହି ପାଇବେ ତାହା କେବଳ ଦେଖିବାକୁ ରହିଲା । ଉକ୍ତ ଦୁର୍ଗମ ଅଞ୍ଚଳ ରେ ଏଭଳି ମାରାତ୍ମକ ରୋଗ ର ମୁଖ୍ୟ କାରଣ ବନ୍ୟଜାତ ଛତୁ ତଥା ଦୈନନ୍ଦିନ କାର୍ଯ୍ୟରେ ନାଳ ଓ ଝରଣା ପାଣି ହିଁ ମୁଖ୍ୟ କାରଣ ବୋଲି ସାଧାରଣରେ ଚର୍ଚ୍ଚା ବିଷୟ ପାଲଟିଛି। ଏଥିପ୍ରତି ସ୍ୱାସ୍ଥ୍ୟ, ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ତତ୍ପରତା ଦେଖାଇଲେ ଏଭଳି ସମସ୍ୟା ଦୂର ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.