ଭଞ୍ଜନଗର : ସ୍ବେଚ୍ଛାସେବୀ ଅନୁଷ୍ଠାନ “ବିପଦର ବନ୍ଧୁ” ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଭଞ୍ଜନଗର ବ୍ଲକ ସ୍ଥିତ ବ୍ରାହ୍ମଣପଦର ପଂଚାୟତ କାଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସରପଞ୍ଚ ବନମାଳୀ ଗୌଡ଼ ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ଶିବିରରେ ମୋଟ ମୋଟ ୫୨ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି । ସେଥି ମଧ୍ୟରୁ କଳା ମୋତିଆ ବିନ୍ଧୁ ଚିକିତ୍ସା ୨୪ ଜଣଙ୍କ କରାଯାଇଛି। ସର୍ଜରୀ ଚିକିତ୍ସା ପାଇଁ ୨୧ ଜଣଙ୍କୁ ଶଙ୍କର ଚକ୍ଷୁ ହସ୍ପିଟାଲ ନିଆଯାଇଛି । ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ କ୍ୟାମ୍ପ ମ୍ୟାନେଜର ଚିତ୍ରସେନ ଗୌଡ଼ ଙ୍କ ସମେତ ଅନ୍ୟ ମାନେ ଚକ୍ଷୁ ପରୀକ୍ଷଣ କରିଥିଲେ । ବିପଦର ବନ୍ଧୁ ଅନୁଷ୍ଠାନ ପକ୍ଷରୁ ଅରକ୍ଷିତ ପରିଛା,ପ୍ରଦୀପ ଜେନା,ସଂଗ୍ରାମ ଗୌଡ଼,ପ୍ରଣୟ ରଞ୍ଜନ ଦାଶ, ସିପୁନ ପାତ୍ର, ଜିତେନ୍ଦ୍ର ଦୋରା, ବିକ୍ରମ ପଣ୍ଡା,ପ୍ରିୟଙ୍କା ଦୋରା, ଶାନ୍ତିଲତା ପ୍ରଧାନ,ଶୁଭମ ପ୍ରଧାନ, ଖଦାଳ ବିଷୋୟୀ,ଉମା ଶଙ୍କର,ସୁଶାନ୍ତ ଦିଗାଲ, ଶରତ ଜେନା,ଶାନ୍ତନୁ ଭୂୟାଁ, ପପୁ ପାତ୍ର,ଗୋବିନ୍ଦ ବିଷୋୟୀ,ଗୌରୀ ଶଙ୍କର ପରିଡା,ଶିବରାମ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସମସ୍ତ ରୋଗୀ ଙ୍କ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯିବା ସହ ଔଷଧ ଯୋଗାଇ ଦିଆଯାଇ ଥିବା କ୍ୟାମ୍ପ ମ୍ୟାନେଜର ଚିତ୍ରସେନ ଗୌଡ଼ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.