ବଡ଼ ଭାଇ ର ଧାରୁଆ ଅସ୍ତ୍ରରେ ଆକ୍ରମଣ ରେ ସାନ ଭାଇ ମୃତ ।

0

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ସଦର ମହକୁମା ଖୁଣ୍ଟିଆ ସାହିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପିତା ଙ୍କର ଶ୍ରାଦ୍ଧ ସମୟରେ କୌଣସି କାରଣ ନେଇ ଦୁଇଭାଇ ମଧ୍ୟରେ ବଚସା ପୁଣି ହାତାହାତି ପରବର୍ତ୍ତୀ ସମୟରେ ଘଟଣା ଟି ଉଗ୍ରରୂପ ହେବାପରେ ବଡ଼ଭାଇ ର ଖଣ୍ଡା ର ଆକ୍ରମଣ ରେ ସାନ ଭାଇ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।
ସୂଚନା ପ୍ରକାଶରେ ସ୍ଥାନୀୟ ଖୁଣ୍ଟିଆ ସାହି ସ୍ଥିତ ସ୍ବର୍ଗତ ଚୈତନ୍ୟ ରାଉଳ ଙ୍କର ଆଜି ଶ୍ରାଦ୍ଧ ଦିବସ ରହିଥିଲା । ତାଙ୍କର ଦୁଇ ପୁଅ ଓ ଦୁଇଝିଅ    ଓ ବଡ଼ ପୁଅ ଦିପୁ ବିବାହିତ ଥିଲେ । କିନ୍ତୁ ବାପା ମା ଙ୍କର ମୃତ୍ୟୁ ପରେ କୌଣସି  କାରଣ ରୁ ସାନ ପୁଅ ପିପୁ ବହୁଦିନ ଧରି ବିବାହ ନ କରି ବେଳେବେଳେ ଘରକୁ ଯା ଆସ  କରୁଥିଲେ ।   ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ପ୍ରକାଶରେ କିଛିଦିନ ତଳେ ପିପୁ ମଧ୍ୟ ଜଣେ ଆଦିବାସୀ ସମ୍ପ୍ରଦାୟର ର ଝିଅ ଙ୍କୁ କୋର୍ଟ ମ୍ୟାରେଜ କରିଥିବା ଜଣାପଡ଼ିଛି । ପୂର୍ବରୁ କୌଣସି କାରଣ ରୁ ପରିବାର ମଧ୍ୟରେ ଅସନ୍ତୋଷ ଲାଗିରହିଥିଲା ।ସେ ନିଜ ର ଆଦିବାସୀ ପତ୍ନୀ ଙ୍କୁ ଘରକୁ ନେଇ ନ ଥିଲେ । ହେଲେ ଆଜି ପିତା ଙ୍କର ଶ୍ରାଦ୍ଧ ରେ ପିଣ୍ଡ ଦାନ କାର୍ଯ୍ୟକ୍ରମ ରହିଥିଲା । ଏଭଳି ସ୍ଥିତିରେ ବଡ଼ ପୁଅ ଦିପୁ ରାଉଳ ଙ୍କର ସ୍ତ୍ରୀ ଗର୍ଭାବସ୍ଥାରେ ଥିବା ହେତୁ ପିଣ୍ଡ ଦାନରେ  ବିଶୃଙ୍ଖଳା ସୃଷ୍ଟି ହେଇଯାଇଥିଲା । ଏଥିମଧ୍ୟରେ ଆଜି ସାନ ପୁଅ ପିପୁ ତାଙ୍କ ସ୍ତ୍ରୀ ଙ୍କୁ ଶ୍ରାଦ୍ଧ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଘରକୁ ଆଣିଥିଲେ । ପରେ କୌଣସି କାରଣରୁ ଦୁଇଭାଇ ଙ୍କ ମଧ୍ୟରେ ବଚସା ଆରମ୍ଭ ହେଇଯାଇଥିଲା । ପରେ ପିପୁ ଅନ୍ୟତ୍ର ଚାଲି ଯାଇଥିଲେ । ପୁନର୍ବାର ପିପୁ ଘରକୁ ଫେରିବା ପରେ ଦୁଇଭାଇ ମଧ୍ୟରେ ପୁଣି ହାତାହାତି ଆରମ୍ବ ହେଇଯାଇଥିଲା । ଏଥିରେ ଦିପୁ ପୂର୍ବରୁ ପ୍ରସ୍ତୁତ କରିଥିବା ଖଣ୍ଡା ସାହାଯ୍ୟରେ ପିପୁ ର ପିଠି, ବେକ ଓ ହାତ କୁ ବାରମ୍ବାର ଆକ୍ରମଣ  କରିଥିଲା । ଫଳରେ ଗୋଟିଏ ହାତ ଆଉ ଗୋଟିଏ ଚେଇର ସମ୍ପୂର୍ଣ୍ଣ ଦୁଇଖଣ୍ଡ ହେଇଯାଇଥିବାବେଳେ ଘଟଣା ସ୍ଥଳରେ ପିପୁ ଙ୍କର ଅତ୍ୟଧିକ ରକ୍ତ ସ୍ରାବ ହେଇ ମୃତ୍ୟୁ ଘଟିଥିଲା । ଘଟଣା ପରେ ଦିପୁ ରାଉତ ବାଇକ ଧରୀ ଘଟଣା ସ୍ଥଳରୁ ଫେରାର ହେଇଥିବାବେଳେ ଖବର ପାଇ ଥାନା ଅଧିକାରୀ ଙ୍କ ନେତୃତ୍ୱ ରେ କାଶୀପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଦିପୁ କୁ କାବୁ କରିବାକୁ କାଶୀପୁର ପୋଲିସ କାଶୀପୁର ଥାନା ଓ ଟିକିରି ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଛପି ରହିଛନ୍ତି । କିନ୍ତୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଦିପୁର କୌଣସି ଖବର ମିଳିପାରିନ ଥିବା ଜଣାପଡିଛି । ବର୍ତ୍ତମାନ ସେ ସମ୍ପର୍କରେ ପରିବାର ପକ୍ଷରୁ ସାନ ଜୁଇଁ କୃପାସିନ୍ଧୁ ବଣୁଆ(ବାବୁଲି) କାଶୀପୁର ଥାନାରେ ଦିପୁ ଙ୍କ ବିରୋଧରେ ଲିଖିତ ହତ୍ୟା ଅଭିଯୋଗ ଦେଇଥିବାବେଳେ ଅପରାଧୀଙ୍କୁ ଠାବ କରିବାକୁ ଚେଷ୍ଟା ଜାରିଥିବା କାଶୀପୁର ଥାନା ଅଧିକାରୀ ପ୍ରସନ୍ନ ମିଶ୍ର ପ୍ରକାଶ କରିଛନ୍ତି।

Leave A Reply

Your email address will not be published.