ଉମରକୋଟ/ଜିତେନ୍ଦ୍ର ମହାନ୍ତି-ବେକରେ ଓଢ଼ଣୀ ଦେଇ କ୍ରୀଡ଼ା ଶିକ୍ଷୟତ୍ରୀ ତନୁଜା ବିଶ୍ବାସଙ୍କ ଆତ୍ମହତ୍ୟା। ତନୁଜା ଜାମୁରୁଣ୍ଡା ସ୍ଥିତ ବାଳିକା ଆଶ୍ରମ ଉଚ୍ଚ ବିଦ୍ୟାଳୟରେ କ୍ରୀଡ଼ା ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ଉମରକୋଟ ୧୨ ନମ୍ବର ୱାର୍ଡ ହଠାତ୍ କଲୋନୀରେ ରହୁଥିଲେ। ଆଜି ସକାଳେ ତନୁଜା ଘରେ ଥିବା ସମୟରେ ତନୁଜାଙ୍କ ବାପା ତାଙ୍କୁ ଜଳଖିଆ ଦେଇ ବାହାରକୁ ଚାଲି ଯାଇଥିଲେ। ଏହି ସମୟ ମଧ୍ୟରେ ତନୁଜା ନିଜ ବେକରେ ଓଢ଼ଣୀ ଦେଇ ଫ୍ଯାନରେ ଝୁଲି ପଡ଼ିଥିଲେ। ତନୁଜାଙ୍କ ବାପା ଘରକୁ ଫେରି ତନୁଜାଙ୍କ ମର ଶରୀର ଫ୍ଯାନରେ ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଁଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ତେବେ ପ୍ରେମ ଜନିତ କାରଣ ନେଇ ତନୁଜା ଆତ୍ମହତ୍ୟା କରିଥିବା ସାଧାରଣରେ ଚର୍ଚା ହେଉଛି। ଉମରକୋଟ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
Sign in
Sign in
Recover your password.
A password will be e-mailed to you.
Next Post