ପିସିସି ସଭାପତି ଶରତ ପଟନାୟକ ଙ୍କ ଉମରକୋଟ ଓ ରାଇଘର ଗସ୍ତ

0

ଉମରକୋଟ.ଜିତେନ୍ଦ୍ର ମହାନ୍ତି:  ନବରଙ୍ଗପୁର ଜିଲାରୁ କଂଗ୍ରେସ ଆରମ୍ଭ କରିଛି ଜନସମ୍ପର୍କ ଓ ମିଶ୍ରଣ ଯାତ୍ରା! ଶରତ ପଟନାୟକ ପିସିସି ସଭାପତି ନିର୍ବାଚିତ ହେବାପରେ ପ୍ରଥମ କରି ନବରଙ୍ଗପୁର ଜିଲ୍ଲା ଗସ୍ତ କରି ରାଇଘର ଠାରେ ଜନସମ୍ପର୍କ ଯାତ୍ରା ଓ ମହା ମିଶ୍ରଣ ପର୍ବ ରେ ସାମିଲ ହୋଇଛନ୍ତି! ଏକଦା କଂଗ୍ରେସ ଗଡ଼ ଥିବା ଉମରକୋଟ ନିର୍ବାଚନ ମଣ୍ଡଳୀ ଦୁଇ ଦଶନ୍ଧି ଧରି ବିଜେଡି ଓ ବିଜେପି କବ୍ଜାରେ ରହିଥିବା ବେଳେ ନିଜର ସ୍ଥିତି ଜାହିର ପାଇଁ ଆଜି ମିଶ୍ରଣ ପର୍ବରେ ହୁଙ୍କାର ଭରିଛନ୍ତି କଂଗ୍ରେସ ର ବରିଷ୍ଟ ନେତୃମଣ୍ଡଳୀ!
ଆଜି ପିସିସି ସଭାପତି ଜିଲ୍ଲାର ଉମରକୋଟ ଏବଂ ରାଇଘର ଗସ୍ତ ବେଳେ ପ୍ରଥମେ ଉମରକୋଟ ସ୍ଥିତ ଦଳୀୟ କାର୍ଯ୍ୟାଳୟ ରେ ପହଞ୍ଚି କଂଗ୍ରେସ କର୍ମୀଙ୍କ ସହ ଦୀର୍ଘ ସମୟ ଆଲୋଚନା କରି ରାଇଘର ଅଭିମୁଖେ ବାହାରିଥିଲେ!ଏକ ବିଶାଳ ମୋଟରସାଇକାଲ ରାଲି ମାଧ୍ୟମରେ ରାଇଘର ସହର ପରିକ୍ରମା କରି ଧାନ ମଣ୍ଡି ପଡିଆ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ!ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଥିବା ନାରୀ ନିର୍ଯ୍ୟାତନା, ହତ୍ୟା ଏବଂ ବିଭିନ୍ନ ସରକାରୀ କାର୍ଯ୍ୟରେ ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ କଂଗ୍ରେସ କ୍ଷମତା କୁ ଆସିଲେ ମାଗଣା ଦୁଇ ସହ ୟୁନିଟ ବିଜୁଳି, ପରିବାର ପିଛା ମାସ କୁ ଛଅ ହଜାର ଟଙ୍କା ସହାୟତା, ପ୍ରତି ବିଦ୍ୟାଳୟ କୁ ଶିକ୍ଷକ ଓ ସବୁ ଡାକ୍ତର ଖାନା ରେ ଡାକ୍ତର ପଦବୀ ପୂରଣ କରିବା ନେଇଁ ପ୍ରତିଶୃତି ଦେଇଥିଲେ ଏବଂ ରାଜ୍ୟରେ କଂଗ୍ରେସ କୁ ସୁଦୃଢ କରିବା ପାଇଁ କର୍ମୀଙ୍କୁ ଆହ୍ୱାନ କରିଥିଲେ ପିସିସି ସଭାପତି ଶରତ ପଟନାୟକ!ସେପଟେ ଆଜିର ମିଶ୍ରଣ ପର୍ବରେ ଆମ ଓଡିଶା ପକ୍ଷରୁ ବିଧାୟକ ପ୍ରାର୍ଥୀ ତଥା ବିଜେଡି ନେତା ସନରାଜ ଗଣ୍ଡ ଙ୍କ ସମେତ ବହୁ ବିଜେଡି ବିଜେପି କର୍ମୀ କଂଗ୍ରେସ ରେ ସାମିଲ ହୋଇଥିବା ବେଳେ ଏହି ମିଶ୍ରଣ ଦ୍ୱାରା କଂଗ୍ରେସ କୁ ଆହୁରି ମଜବୁତ କରିବ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରକାଶ କରିଛନ୍ତି!ଆଜି ର ଏହି ସଭାରେ ମାଲକାନଗିରି ର ପୁର୍ବତନ ବିଧାୟକ ନିମାଇଁ ସରକାର,ଡାବୁଗାଁ ପୁର୍ବତନ ବିଧାୟକ ଶ୍ରୀଯୁକ୍ତ ଭୁଜବଳ ମାଝୀ,ନବରଙ୍ଗପୁର ଜିଲା ସଭାପତି ଶ୍ରୀଯୁକ୍ତ ମୁନା ତ୍ରିପାଠୀ ଯୋଗଦେଲେ

Leave A Reply

Your email address will not be published.