ବେଆଇନ ଷଣ୍ଢ ବୋଝେଇ ପିକ ଅପ୍ ଗାଡ଼ି ଜବତ

0

ଧକ୍କା ଦେଲା ମାରୁତି କାରକୁ :ଉଦ୍ଧାର୧୧ ଷଣ୍ଢ ମଧ୍ୟ ରୁ ଦୁଇ ମୃତ, ପୋଲିସ ର ତଦନ୍ତ ଜାରି। 

 ବାସୁଦେବପୁର/ପ୍ରତାପ ପାଢ଼ୀ:- ବାସୁଦେବପୁର ବଜାର ନିକଟ ରେ ରାତ୍ର ଚାରି ଘଟିକା ସମୟ ରେ ଧାମରା ରୁ ଜାମୁଝ।ଡି ଅଭିମୁଖେ ଯାଉଥିବା ଏକ ବେଆଇନ ଷେଣ୍ଢ ବୋଝେଇ ପିକ୍ ଅପ୍ ଗାଡ଼ି ନୋ OR 01ର4716 ଗାଡ଼ି ଟି ଏକ ମାରୁତି କାର କୁ ଧକ୍କା ଦେବା ସହ ନିକଟ ରେ ଥିବା ଏକ ଡ୍ରେନ ମଧ୍ୟ ରେ ଗଳି ପଡ଼ି ଥିଲା। ତୁରନ୍ତ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟ କର୍ତ୍ତା ମାନେ ଖବର ପାଇ ଉପସ୍ଥିତ ରହି ଗାଡ଼ି ମଧ୍ୟ ରେ ଥିବା ଏଗାର ଷେଣ୍ଢ ଙ୍କ ମଧ୍ୟ ରୁ ଦୁଇ ଟି ମୃତ ଥିବାର ଦେଖି ଉଦ୍ଧାର କରି ନିକଟସ୍ଥ ଥାନା କୁ ହସ୍ତାନ୍ତର କରି ଥିଲେ। ସ୍ଥାନୀୟ ପୋଲିସ ପକ୍ଷରୁ ଗାଡ଼ି କୁ ଜବତ କରିବା ସହ ଘଟଣା ର ତଦନ୍ତ ଜାରି ରହିଛି, ଘଟଣା ସ୍ଥଳ ରୁ ପୀକ ଅପ୍ ଗାଡ଼ି ର ଡ୍ରାଇଭର ଫେରାର ଥିବା ଜଣା ଯାଇଛି। ବାସୁଦେବପୁର ରେ ଏହିପରି ଘଟଣା ବାରମ୍ବାର ଘଟୁ ଥିବାରୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ ନଜର ରଖିବା ସହ ଦୋଷୀ ମାନଙ୍କ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବି ହେଉଛି।

Leave A Reply

Your email address will not be published.