୧୮ ତମ ଏସିୟ କ୍ରୀଡା ଉଦଘାଟିତ 

0

Susant Behera (SPB) : ଇଣ୍ଡୋନେସିଆ ର ରାଜଧାନୀ ଜାକର୍ତା ଶନିବାର ରାତିରେ ରଙ୍ଗା ରଙ୍ଗ ପରିବେଶରେ ୧୮ ତମ ଏସିୟ କ୍ରୀଡା ଉଦଘାଟିତ ହୋଇଯାଇଛି।ଜାକର୍ତା ର ଗେଲୋରୋ ବୁର୍ଗେ କାଗୋ ଷ୍ଟାଡିୟମରେ ଆୟୋଜିତ ଉତ୍ସବ ରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜେକୋ ୱଡୋଡୋ ମୁଖ୍ୟଅଥିତି ଭାବେ ଏକ ମୋଟରସାଇକେଲ  ଯୋଗେ ପଡିଆ ଭିତରକୁ ପ୍ରବେଶ କରି ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଏସୀୟ କ୍ରୀଡା କୁ ଉଦଘାଟନ କରିଥିଲେ।ଏଥିରେ ମୋଟ ୪୯ ଟି ଦେଶର ପ୍ରାୟ ୧୦ ହଜାର କ୍ରୀଡ଼ାବିତ ଅଂଶ ଗ୍ରହଣ କରିଛନ୍ତି।ଭାରତ ତାର ଶ୍ରେଷ୍ଟ ୫୭୨ ଜଣିଆ ଦଳ ପଠାଇଛି । ଭାରତ ର ସମସ୍ତ କ୍ରୀଡ଼ାବିତ ଙ୍କୁ ପ୍ରଧାନମନ୍ତ୍ରୀ ସୁଭେଛା ଜଣାଇଛନ୍ତି।ଏହି ଦଳରେ ଓଡିଶାରୁ ୧୨ ଜଣ ସ୍ଥାନ ପାଇଛନ୍ତି। ସେହିପରି ଆଜି ପ୍ରଥମ ଦିନ ପ୍ରତିଯୋଗିତାରେ ଭାରତ କୁ ୧୦ ମିଟର ବନ୍ଧୁକ ଚାଳନାରେ ଅପୁର୍ବ ଚଣ୍ଡୀଲ ଓ ରବି କୁମାର ୪୨୯.୯ ପଏଣ୍ଟ ମାଧ୍ୟମରେ ପ୍ରଥମ କାଂଶ ପଦକ ପାଇ ପଦକ ଟେବୁଲ ରେ ସ୍ଥାନ ପାଇ ସାରିଲାଣି।

Leave A Reply

Your email address will not be published.