ତାମିଲନାଡୁରେ ନିଖୋଜ ବରଗଡ଼ ଜିଲ୍ଲା ର କସରଥ ଦୀପ

0

ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ଅଧିକାରୀଙ୍କୁ ଟୁଇଟ କରି ଅନୁରୋଧ କଲେ ରଶ୍ମିତା ମେହେର

ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ ଅନ୍ତର୍ଗତ ତେଜଙ୍ଗ ଗ୍ରାମର କସରଥ ଦୀପ ନାମକ ଜଣେ ପ୍ରବାସୀ ଶ୍ରମିକ ଦୀର୍ଘ ଚାରି ବର୍ଷ ଧରି ତାମିଲନାଡୁ ର ଇରୋଡ ଜିଲ୍ଲା ଗୋବିଚେଟ୍ଟିପାଳୟମ ର ପରୀୟର ଆମ୍ମା ସ୍ପିନ୍ନିଂ ମିଲ୍ (ପ୍ରା. ଲି ) ଠାରେ ଶ୍ରମିକ ଭାବରେ କାମ କରୁଥିଲେ । ଗତ ତା-୨୫/୦୬/୨୨ ରିଖ ଶନିବାର ଦିନ ସକାଳ ସମୟ ୮ ଘ. ସମୟରେ କମ୍ପାନୀ ଭିତରକୁ କାମ କରିବାକୁ ଯାଇ ତାଙ୍କ ସିଫ୍ଟ୍ ସାରିଥିଲେ ମଧ୍ୟ ସେଠାରୁ ଆଉ ଫେରି ନାହାନ୍ତି । ସେଠାରେ ଥିବା ତାଙ୍କ ସାଙ୍ଗ ତଥା ଶ୍ରମିକ ମାନେ କମ୍ପାନୀ କୁ ଖବର ଦେଲେ ସୁଦ୍ଧା କମ୍ପାନୀ ର କର୍ମଚାରୀ ଗଣ କର୍ଣ୍ଣପାତ କରୁନାହାଁନ୍ତି । କେବଳ ପ୍ରତିଶ୍ରୁତି ଦେଇଚାଳିଛନ୍ତି । ଏହି ଘଟଣା ସମ୍ପର୍କରେ ଅବଗତ ହୋଇ ତାଙ୍କ ଗାଁ ରେ ଥିବା ପରିବାର ବର୍ଗ ଦୁଶ୍ଚିନ୍ତାରେ ପଡିଯାଇଛନ୍ତି । ତାଙ୍କ ଭାଇ ଦଶରଥ ଦୀପ ନିଖୋଜ ଭାଇଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ବିଧାୟିକା ତଥା ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରିତା ସାହୁ, ଓଡିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର , ବରପାଲି ଥାନାଧିକାରୀ ଙ୍କୁ ନିବେଦନ କରିଛନ୍ତି। ଏହି ଖବରକୁ ସ୍ଥାନୀୟ ସମାଜସେବୀ ରଶ୍ମିତା ମେହେର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଲେବର କମିସନ ଓଡ଼ିଶା ଙ୍କ ସହ ତାମିଲନାଡୁ ପୋଲିସ ଙ୍କୁ ଟ୍ୱୀଟ କରି ନିଖୋଜ ଶ୍ରମିକଙ୍କ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି ।

Leave A Reply

Your email address will not be published.