ବାଲିକୁଦା ବ୍ଲକ କାର୍ଯ୍ୟଳୟରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ l ଆଜି ମୋଟ ୫୦ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂପର୍କୀୟ ୪୨ ଟି ଅଭିଯୋଗ ଏବଂ ଆଠଟି ଗ୍ରାମ ଓ ଗୋଷ୍ଟୀଗତ ସମସ୍ୟା ସଂପର୍କୀୟ l ବ୍ୟକ୍ତିଗତ ସମସ୍ୟା ମଧ୍ୟରୁ ଆବାସ ଯୋଜନା ନିମନ୍ତେ ୧୬,ରେସନ କାର୍ଡ ନିମନ୍ତେ ୫ଟି,ଜମିଜମା ସମସ୍ୟା ୬ଟି,ରେଡ଼କ୍ରସ ପାଣ୍ଠିରୁ ସହାୟତା ନିମନ୍ତେ ୪ଟି,ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୧ଟି,ଭର୍ତ୍ତା ସମ୍ପର୍କୀୟ ୧ଟି ଏବଂ ପୋଲିସ ସହାୟତା ନିମନ୍ତେ ୨ ଟି ଏବଂ ଅନ୍ୟାନ୍ୟ ୧୫ଟି ଅଭିଯୋଗ ଶୁଣାଣି କରାଯାଇଥିଲା l
ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ପ୍ରକଳ୍ପ ନିର୍ଦେଶକ, ଡି. ଆର. ଡିଏ ଶ୍ରୀ ରୁଦ୍ରପ୍ରସାଦ ଦାଶ, ଉପଜିଲ୍ଲାପାଳ ଶ୍ରୀ ଧାମେନ୍ଦ୍ର ମଲ୍ଲିକ,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ସିଂ, ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ,ବି.ଡି.ଓ, ବାଲିକୁଦା ଶ୍ରୀ କଲ୍ୟାଣ ସୌରଭ ଦାସ,ତହସିଲଦାର ଅଂଶୁମାନ ଶତପଥି ପ୍ରମୁଖ ଯୋଗଦେଇଥିଲେ l

Leave A Reply

Your email address will not be published.