ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ବ୍ରାଉନ ସୁଗାର କାରବାର ମାମଲାରେ ଫୁଲବାଣୀ ଟାଉନ ଥାନା ପୁଲିସ ଫୁଲବାଣୀ ସହର ଅଞ୍ଚଳର ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି I ଏପରି ଘଟଣା ଫୁଲବାଣୀ ସହର ପାଇଁ ପ୍ରଥମ ହୋଇଥିବାରୁ ସହରବାସୀ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି I ରାଜ୍ୟର ଅନ୍ୟ ଜିଲ୍ଲା କଟକ, ବାଲେଶ୍ଵର, ଭଦ୍ରକ, ରାଜଧାନୀ ଭୁବନେଶ୍ବରରେ ମଧ୍ୟ ବ୍ରାଉନ ସୁଗାର କାରବାର ହେଉଥିବା ଘଟଣାରେ ପୁଲିସ ମହିଳା, ପୁରୁଷ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଥିବା ବୈଦ୍ୟୁତିକ ଗଣମାଧ୍ୟମ ଓ ଖବରକାଗଜ ପୃଷ୍ଠା ମଣ୍ଡନ କରୁଥିବା କନ୍ଧମାଳ ଜିଲ୍ଲା ବାସୀ ଦେଖୁଥିଲେ I ଫୁଲବାଣୀ ପାଇଁ ଏହି ଘଟଣା ପ୍ରଥମ I କନ୍ଧମାଳ ଜିଲ୍ଲାର ସମସ୍ତ ଅଞ୍ଚଳ ଓ ଫୁଲବାଣୀ ସହର ଗଞ୍ଜେଇ ମାଫିଆଙ୍କର ଭୁ ସ୍ୱର୍ଗ ପାଲଟିଛି I ପ୍ରତ୍ୟେକ ଦିନ ରାଜ୍ୟର ଓ ରାଜ୍ୟ ବାହାରରୁ ବିଶେଷ କରି ପଶ୍ଚିମବଙ୍ଗ ରାଜ୍ୟର କଲିକତାରୁ ପୁରୁଷ ମହିଳା ଗଞ୍ଜେଇ ମାଫିଆ ଫୁଲବାଣୀରେ ଡେରା ପକାଇ ମାଫିଆମାନଙ୍କ ସହ ମିଶି କୋଟି କୋଟି ଟଙ୍କାର ଗଞ୍ଜେଇ ଚୋରା ଚାଲାଣ କରୁଥିବା ନଜିର ରହିଛି I ଏଠିକାର ମହିଳା ମାନେ ମଧ୍ୟ ଗଞ୍ଜେଇ ନେଇ କଲିକତା ରେ ବିକ୍ରି କରିଥାନ୍ତି I କାଁ ଭାଁ ପୁଲିସ ଓ ଅବକାରୀ ବିଭାଗ ଚଢ଼ାଉ କରି ମକଦ୍ଦମା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରୁଥିବା ଘଟଣା କାହାକୁ ଅଜଣା ନୁହେଁ I କିନ୍ତୁ ବ୍ରାଉନ ସୁଗାର କାରବାର ଚୋରା ଚାଲାଣ କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରବାସୀ କେବେ ହେଲେ ଶୁଣିନ ଥିଲେ I ସୂଚନା ଯୋଗ୍ୟ ଫୁଲବାଣୀ ସହର ସ୍ଥିତ ଫରେଷ୍ଟ କଲୋନୀ ନିକଟରେ ରହୁଥିବା ସପନ ମହାପାତ୍ର ଖୋର୍ଦ୍ଧା ଅଞ୍ଚଳରୁ ଏକ ମୋଟର ସାଇକେଲ ଯୋଗେ ବ୍ରାଉନ ସୁଗାର ନେଇ ଆସୁଥିବା ବେଳେ ଫୁଲବାଣୀ ଟାଉନ ଥାନା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପେଞ୍ଜିସାହି ଛକ ନିକଟରେ ଏସ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁ ଓ ଫୁଲବାଣୀ ଆଦର୍ଶ ଟାଉନ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ଏକ ସ୍ୱତନ୍ତ୍ର ଦଳ ସହ ପ୍ରସ୍ତୁତ ହୋଇ ଛକି ରହିଥିଲେ I ଯୁବକ ଜଣକ ପେଞ୍ଜିସାହି ଗାନ୍ଧୀ ଛକ ନିକଟରେ ପହଞ୍ଚିବା କ୍ଷଣି ପୁଲିସ କାବୁ ଚଢ଼ାଉ କରି ଥିଲା I ଏହି ସମୟରେ ଯୁବକଙ୍କ ଠାରୁ ୩.୫୯୦ ଗ୍ରାମ ବ୍ରାଉନ ସୁଗାର ଓ ଚୋରା ଚାଲାଣରେ ବ୍ୟବହୃତ ହେଉ ଥିବା ମୋଟର ସାଇକେଲ ଜବତ କରି ଅଭିଯୁକ୍ତ ସପନ ମହାପାତ୍ର ଗିରଫ କରି ୧୦୩/୨୦୨୨ନଂରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି I
Sign in
Sign in
Recover your password.
A password will be e-mailed to you.