ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ଅଗ୍ରଣୀ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଦେବୀ ମଠର ମହନ୍ତ ଶ୍ରୀ ରାମାନନ୍ଦ ଦାସଜୀ ଉଦଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ରୂପେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଭୂବନେଶ୍ବରର ଓଡିଶୀ ସଙ୍ଗୀତଜ୍ଞ ଶ୍ରୀ ଉମେଶ ଚନ୍ଦ୍ର ଦାସ ଯୋଗଦେଇ ଥିଲେ।
ଏଥିସହ ଭକ୍ତି ସଙ୍ଗୀତ ସଂସଦର ସଭାପତି ବସନ୍ତ ଦାସ , କାର୍ଯ୍ୟକାରି ସଭାପତି ଇଂ ତୀର୍ଥବାସୀ ପଣ୍ଡା , ଉପ ସଭାପତି ପ୍ରଦୀପ ନାୟକ , ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ , ଗୁରୁ ଶ୍ରୀ ରଘୁନାଥ ପାତ୍ର ଓ ଗୁରୁ ଶ୍ରୀ ମାଧବ ପାତ୍ର ମଞ୍ଚାସୀନ ହୋଇ ଓଡିଶୀ ସଙ୍ଗୀତର ଉଚ୍ଚ ପରମ୍ପରାକୁ ବଜାୟ ରଖିବାରେ ଭକ୍ତି ସଙ୍ଗୀତ ସଂସଦର ଆପ୍ରାଣ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ।
ଏହି ଅବସରରେ ଗୁରୁ ଶ୍ରୀ ଉମେଶ ଚନ୍ଦ୍ର ଦାସଙ୍କୁ ସମ୍ମାନିତ କରାଯାଇଥିଲା।
ବିଦ୍ୟାଳୟର ବାର୍ଷିକ ବିବରଣୀ ଶ୍ରୀମତି ସ୍ନିଗ୍ଧା ମିଶ୍ର ଉପସ୍ଥାପନ କରିଥିଲେ। ଏହି ଅବସରରେ ଏକ ଓଡିଶୀ ସଙ୍ଗୀତର ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଷ୍ଠାନର ଗୁରୁ ଓ ଛାତ୍ରଛାତ୍ରୀମାନେ ନିଜର ଯାଦୁକରୀ କଣ୍ଠ ସଙ୍ଗୀତରେ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିରଖିଥିଲେ।
ଏହି ସଙ୍ଗୀତ କାର୍ଯ୍ୟକ୍ରମ ଗୁରୁ ରଘୁନାଥ ପାତ୍ର ଓ ଗୁରୁ ମାଧବ ପାତ୍ରଙ୍କ ନିର୍ଦ୍ଦେଶନାରେ ହୋଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶ୍ରୀମତି ମଧୁସ୍ମିତା ପାତ୍ର ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ରଥ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.