ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ପାଳିତ

0

 https://www.youtube.com/watch?v=NitQ58dbCvg

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ଜିଲ୍ଲା ଅବକାରୀ ବିଭାଗ ତରଫରୁ ପାଳନ କରାଯାଇଛି।
ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥି ପୌରହିତ୍ୟ କରିଥିଲେ। ଏହି ଶୋଭାଯାତ୍ରାରେ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀ ହରିହର ଦାସଙ୍କ ନେତୃତ୍ୱରେ ଏନ୍ ସି ସି ଓ ନେଭେଲର ୫୦ ରୁ ଉର୍ଦ୍ଧ୍ଵ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ୪୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଓ ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରି ସାମିଲ ଥିଲେ । ଏହି ଶୋଭାଯାତ୍ରାକୁ ଗଜପତି ଜିଲ୍ଲାପାଳ ଶ୍ରୀ ପଣ୍ଡା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶତପଥୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମାଜକୁ ନିଶାଦ୍ରବ୍ୟର ଅପବ୍ୟବହାର ଏବଂ ଏହାର ଚୋରାଚାଲାଣକୁ ରୋକାଯାଇପାରିବ ସଚେତନତା କରିବା। ଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଥିଲେ ଯେ, ସମାଜକୁ ସଚେତନ କରାଇବା ଏବଂ ବିଶେଷ କରି ଯୁବ ସମାଜ ଏଥିରୁ କିପରି ନିବୃତ୍ତ ରହିବେ ସେ ନେଇ ସାମାଜିକ ସ୍ତରରେ ସଚେତନତା କରିବା ଜରୁରୀ ବୋଲି କହିଥିଲେ। ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠି ତାଙ୍କର ଅଭିଭାଷଣ ଦେଇ ଏକ ନିଶାମୁକ୍ତ ସମାଜ ଗଠନ କରିବାର ପ୍ରେରଣା ଦେଇଥିଲେ।
ଏଥିରେ ଯୋଗଦାନ କରିଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ବହୁମୂଲ୍ୟ ବକ୍ତବ୍ୟ ଶୁଣିଥିଲେ। ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା ଅବକାରୀ ବିଭାଗର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ପରିଚାଳନା କରିଥିଲେ।

Leave A Reply

Your email address will not be published.