କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: କାଶୀପୁର ବ୍ଲକ ଟିକିରି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଆଜିସନ୍ଧ୍ୟାରେ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ଟିକିରି ଥାନା ଅଧିକାରୀ ବନ୍ଦନା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଟିକିରି ସରପଞ୍ଚ ଜଗବନ୍ଧୁ ମାଝୀ ଙ୍କ ସହିତମନ୍ଦିର ପରିଚାଳନା କମିଟି,ବଣିକ ସଙ୍ଘ କାର୍ଯ୍ୟ କର୍ତ୍ତା ସହିତ ଗ୍ରାମରଅନ୍ୟ ମାନେ ଉପସ୍ଥିତ ଥିଲେ ।ରଥଯାତ୍ରା କୁ ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବେ ପାଳନ ନେଇ ଆଲୋଚନା ହୋଇଥିଲା ।ଟ୍ରାଫିକ ସମସ୍ୟା କୁ ଏଡ଼ାଇବା ପାଇଁ ମଧ୍ୟାହ୍ନ 12ଘ ଠାରୁ ସନ୍ଧ୍ୟାସାତ ପର୍ଯ୍ୟନ୍ତ ବାଇକ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଯାନବାହନକୁ ବଜାର ଭିତରକୁ ପ୍ରଵେଶ ପାଇଁନିଷେଧ କରାଯିବାଜୁ ସ୍ଥିର କରାଯାଇଥିଲା ।ସେହିପରି ରାସ୍ତା କଡର ଉଠା ଦୋକାନ ଏବଂ ଠେଲା ଗାଡ଼ି କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଅବସ୍ଥାପିତ କରିବା ଏବଂ ଭୈରବୀ ମନ୍ଦିର ନିକଟରେ ପୁଲିସର ସହାୟତା କେନ୍ଦ୍ର ଖୋଲିବା ଏବଂ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବିଭାଗ ର ଗାଡ଼ି କୁ ମୁତୟନ କରିବା ନେଇ ଆଲୋଚନା ହୋଇଥିଲା ।ରଥଯାତ୍ରା ଦିନ ଟିକିରି ରେ ସାପ୍ତାହିକ ହାଟ ଥିବାରୁ ଭିଡ଼ ବଢିବା ଆଶଙ୍କା କରି ଦୋକାନ ବଜାର ବନ୍ଦ କରିବା ପାଇଁଥାନା ଅଧିକାରୀ ବି ନାୟକ ବଣିକ ସଙ୍ଘକୁ ପରାମର୍ଶ ଦେଇଥିଲେ ।କିନ୍ତୁ ଦୋକାନ ବଜାର ବନ୍ଦ ନ କରି ବିକଲ୍ପ ବ୍ୟବସ୍ଥା କରାଯିବା ପାଇଁ ବଣିକ ସଙ୍ଘ ପକ୍ଷରୁ ଅନୁରୋଧ କରା ଯାଇଥିଲା ।ସେହିପରି ଶାନ୍ତି ଶୃଙ୍ଖଳା ରକ୍ଷାରେ ବଣିକ ସଙ୍ଘ ପୁଲିସ ପ୍ରଶାସନ କୁ ପୂର୍ଣ୍ଣ ସହଯୋଗ କରିବାର ପ୍ରତିଶ୍ରୁତି ଦେବା ସହ ମଦୁଆ ଏବଂ ବେପରୁଆ ଗାଡ଼ି ଚାଳକ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ର ଦାବି କରାଯାଇଥିଲା । ରଥଯାତ୍ରା ରେ ଗାଡ଼ି ମଟର ଚଳାଚଳ ରେ କଟକଣା ନେଇ ସାଧାରଣ ରେ ବ୍ୟାପକ ସୂଚନା ଦେବା ନେଇ ଆଲୋଚନା କରାଯାଇ ଥିଲା।ଏହିବୈଠକରେ ମନ୍ଦିର ପରିଚାଳନା କମିଟିର କୈଳାସ ପୁଜାରୀ, ବିଦ୍ୟାଧର ନାୟକ, ହରି ହର ମିଶ୍ର,ବିଶ୍ୱନାଥ ପୁଜାରୀ, ସୀମାଞ୍ଚଳ ଷଡଙ୍ଗୀ ,ହରପ୍ରସାଦ ନାୟକଙ୍କସହିତ ବଣିକ ସଙ୍ଘର ମୁନା ବେହେରା,ଡମ୍ବୁରୁ ଧର ସାହୁ କୈଳାସ ସାହୁ,ମହେନ୍ଦ୍ର କୁମାର ସ୍ୱାଇଁ, ଜିଜୁରୁ ମାଝୀ,ହାଟ ଠିକାଦାର ବାବୁଲା ନାୟକ ସହ ସ୍ଥାନୀୟ ଅଞ୍ଚଳର ଗଣ ମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.