ଗାଇସିଲେଟ- ଓଡିଶା ରାଜ୍ୟ ଗଠନ ହେଲା ଦିନଠୁ ପଶ୍ଚିମ ଓଡିଶା ବିକାଶ ପରିଷଦ ,ହାଇକୋର୍ଟ ବେଞ୍ଚ, ପ୍ରଧାନ ମନ୍ତ୍ରୀ ଆବାସ ,ଗମନା ଗମନ ଓ ଇତ୍ୟାଦି କ୍ଷେତ୍ରରେ ବାରମ୍ବାର ପର୍ଶ୍ଚିମ ଓଡିଶାକୁ ଅବହେଳା କରି ପାତର ଅନ୍ତର କରା ଯାଉଛି l ପଶ୍ଚିମ ଓଡ଼ିଶା ରୁ ହୀରାକୁଦ, ଖଣି ଖଦାନ, କେନ୍ଦୁ ପତ୍ର ଇତ୍ୟାଦିରୁ ଅନେକ ରାଜସ୍ୱ ଆସୁଥିବା ବେଳେ ପଶ୍ଚିମ ଓଡିଶା ବାସୀ ଙ୍କୁ ଦାଦନ, ବେକାରୀ ଓ ସମସ୍ତ ଅସୁବିଧା ମିଳୁଛି l ପଶ୍ଚିମ ଓଡିଶା ବାସୀ ଙ୍କୁ ମୌଳିକ ସୁବିଧା ମିଳପାରୁନାହିଁ l ଯାହା ଫଳରେ ଏଭଳି ଅନେକ କାରଣ ରୁ ଦୀର୍ଘ ଦିନରୁ କୋସଲ ରାଜ୍ୟ ଗଠନ ର ଜନ୍ମ l ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଠାରେ KYCC ପଦ୍ମପୁର ଜିଲ୍ଳା ସଭାପତି ,ଚାଷୀ ନେତା ତଥା ଆବାହକ ଅରବିନ୍ଦ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱରେ ସାହୁ କଲ୍ୟାଣ ମଣ୍ଡପ କଲଙ୍ଗାପାଲି ଠାରେ କୋସଲ ପ୍ରେମୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I କୋସଲ ମୁକ୍ତି ମୋର୍ଚା ଡାକରା ଦେଇଥିବା ଜୁଲାଇ ୫ ତାରିଖ ବିଧାନ ସଭା ଘେରାଓ ରେ ପୂର୍ଣ ସହମତ ସହ ଶତାଧିକ କୋସଲ ପ୍ରେମୀ ସାମିଲ ହେବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା l କୋସଲ ମୁକ୍ତି ମୋର୍ଚା ଗାଇସିଲେଟ ବ୍ଲକ ର ଏକ କମିଟି ଗଠନ କରା ଯାଇଥିଲା ଉପଦେଷ୍ଟା କମିଟି ରେ ଅରବିନ୍ଦ ପଣ୍ଡା, ସରୋଜ ସାହୁ,ମହେଶ ପ୍ରସାଦ ଦାଶ୍, ପ୍ରସନ୍ନ କୁମ୍ଭାର, ସହଦେଵ ନନ୍ଦ ,ସଭାପତି ଗଜପତି ସାହୁ,ସହ ସଭାପତି ପୁରୁଷୋତ୍ତମ ସାହୁ, ସମ୍ପାଦକ ପ୍ରଦୀପ ସାହୁ,ସହ ସମ୍ପାଦକ ରତିକାନ୍ତ ପଧାନ, କୋଷାଧ୍ୟକ୍ଷ ସୁଜିତ ପାତ୍ର, IT cell ସଭାପତି ରବି ସାହୁ,ବିରେନ୍ଦ୍ର ସାହୁ,ଛବିଲାଲ ସାହୁ,ସୁରେଶ ଜୁଆଡି, ହରିଷ କୁମାର ସାହୁ,ବିଶ୍ୱନାଥ ସାହୁ ଙ୍କୁ ସର୍ବ ସମ୍ମତି କ୍ରମେ ଦାୟିତ୍ୱ ପ୍ରଦାନ କରାଗଲା ଏହି ବୈଠକ ରେ ଅନେକ କୋସଲ ପ୍ରେମୀ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.