କଲ୍ୟାଣସିଂହପୁର ରୁ ପ୍ରଦୀପ ଦଳାଇ: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡ଼ା ଗ୍ରାମଠାରେ ସ୍ବେଚ୍ଛାସେବୀ ସଂଗଠନ ସେବା ସେନା ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସେବା ସେନା ସଂଘଠନ ର ପଞ୍ଚାୟତ କୋଷାଧ୍ୟକ୍ଷ ଶ୍ରୀ ଗଙ୍ଗାରାଓ ପ୍ରାସ୍କା ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ମଞ୍ଚାସୀନ ହେବାକୁ ଅନୁରୋଧ କରିଥିଲେ ଏହାପରେ ମୁଖ୍ୟ ଅତିଥି ଶ୍ରୀ ମୋହନ କାଡ୍ରାକା ବ୍ଲକ ମାର୍ଗଦର୍ଶକ ଶ୍ରୀ ବଇଦନାଥ କାଡ୍ରାକା ଙ୍କୁ ପୁଷ୍ପମାଳ ଓ ଉପଢୋକନ୍ ପକାଇ ସମ୍ବର୍ଦ୍ଧିତ କରିଥିଲେ ସେହିପରି ମୁଖ୍ୟ ବକ୍ତା ଶ୍ରୀ ଶ୍ୟାମ କାଡ୍ରାକା ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ କୁମାର ବଛା ଙ୍କୁ ଏବଂ ସମ୍ମାନିତ ଅତିଥି ଶ୍ରୀ ସମୁଲୁ କାଡ୍ରାକା ପଞ୍ଚାୟତ ସଭାପତି ଶ୍ରୀ ବିଶ୍ଵନାଥ ହିକକା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପରବର୍ତ୍ତୀ କାର୍ଯ୍ୟକ୍ରମ ସେବା ସେନା ସଂଘଠନର ପଞ୍ଚାୟତ ସମ୍ପାଦକ ଶ୍ରୀ ଚକ୍ରଧର ପ୍ରାସ୍କା ଆଗେଇ ନେଇଥିଲେ ଏହା ପରେ ମଞ୍ଚାସିନ ଅତିଥି ଏବଂ ଉପସ୍ଥିତ ଗ୍ରାମବାସୀ ପଞ୍ଚାୟତର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ମୁଖ୍ୟତଃ ଜଳସେଚନର ଅବ୍ୟବସ୍ଥା, ଅନେକ ଗ୍ରାମରେ ଲାଗିଥିବା ସୋଲାର ଲାଇଟ୍ ନ ଜଳିବା, ଗୋଷ୍ଟି ଗୃହ,କଲ୍ୟାଣମଣ୍ଡପ ଓ ଗାଇଗୁହାଳ ଗୃହ ନ ଥିବା ତାସହ ଏପରି ଅନେକ ସମସ୍ୟା ବିଷୟ ଆଲୋଚନା ହୋଇଥିଲା। ଆଲୋଚନା ପରେ ଏସବୁ ସମସ୍ୟା ର ସମାଧାନ କିପରି ଭାବରେ କରାଯାଇ ପାରିବ ସେ ବାବଦରେ ପ୍ରଶାସନର ସହଯୋଗ ଲୋଡ଼ି ସେବା ସେନା ପକ୍ଷରୁ ଗ୍ରାମ ବାସୀଙ୍କ ମିଳିତ ଉଦ୍ୟମରେ ଚେଷ୍ଟା କରାଯିବା ସହ ସେବା ସେନା ପକ୍ଷରୁ ବିଭିନ୍ନ ଗ୍ରାମରେ ସଚେତନ କାର୍ଯ୍ୟକ୍ରମ ମଧ୍ୟ କରାଯିବ ବୋଲି ନିଷ୍ପତି ନିଆଗଲା। କାର୍ଯ୍ୟକ୍ରମର ପରିଶେଷରେ କୋଷାଧ୍ୟକ୍ଷ ଶ୍ରୀ ଗଙ୍ଗାରାଓ ପ୍ରାସ୍କା ଉପସ୍ଥିତ ଅତିଥି ଓ ଗ୍ରାମବାସୀଙ୍କୁ ଧନ୍ୟବାଦ୍ ଦେବା ସହ ସଭା ଭଙ୍ଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.