ଜାତୀୟ ଅନୁସୂଚିତ ଜାତି କମିଶନ ଉପାଧ୍ୟକ୍ଷଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ

0

ଅନୁସୂଚିତ ଜାତିଙ୍କ ପାଇଁ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ନେଇ ସମୀକ୍ଷା

ଭୁବନେଶ୍ୱର(ଶାସକ ପ୍ରଶାସକ ): ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଅନୁସୂଚିତ ଜାତି କମିଶନର ଉପାଧ୍ୟକ୍ଷ ଶ୍ରୀ ଅରୁଣ ହାଲଦାର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ@ରେ ଲୋକସେବା ଭବନର ସାଧାରଣ ପ୍ରଶାସନ ବିଭାଗର ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଓ ଅନ୍ୟାନ୍ୟ ପଛୁଆବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା, ପୋଲିସ ଡିଜି ସୁନିଲ କୁମାର ବନସଲ୍‌, ଅତିରିକ୍ତ ଡିଜି, ଏଚ୍‌ଆର୍‌ପିସି ସିଦ୍ଧାର୍ଥ ନରଭଣେ, ଅନୁସୂଚିତ ଜାତି ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ, ଅତିରିକ୍ତ ଶାସନ ସଚିବ ପବିତ୍ର ମଣ୍ଡଳ, ଓଏସ୍‌ଏଫ୍‌ଡିସିର ଜେନେରାଲ ମ୍ୟାନେଜର ଶ୍ରୀମତୀ ଇତିଶ୍ରୀ ଦାସ ଓ ଅନ୍ୟ ବିଭାଗୀୟ ଅଧିକାରୀ, ବିଭିନ୍ନ ଜନଜାତି ଓ ଜାତି ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଏହି ବୈଠକରେ ଅନୁସୂଚିତ ଜାତିଙ୍କ ପାଇଁ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା, ଚାକିରି ଓ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷଣ, ଆଟ୍ରୋସିଟି କେସ୍‌, ଭିଜିଲାନ୍ସ ମନିଟରିଂ କମିଟି ଆଦିର କାର୍ଯ୍ୟକାରିତା ଉପରେ ଆଲୋକପାତ କରାଯାଇ ଏହାର ସଫଳ ରୂପାୟନ ପାଇଁ ନିଷ୍ପତ୍ତି ନିଆଗଲା ।
ଏତଦ୍‌ବ୍ୟତୀତ ଅନୁସୂଚିତ ଜାତିଙ୍କ ମଙ୍ଗଳ ପାଇଁ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା, ଦକ୍ଷତା ବିକାଶ ତାଲିମ, ବ୍ୟାଙ୍କ ମାଧ୍ୟମରେ ଦିଆଯାଉଥିବା ରିହାତିଯୁକ୍ତ ଋଣ ଇତ୍ୟାଦି ବାବଦରେ ତ୍ୱରିତ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନିଆଗଲା ।

 

Leave A Reply

Your email address will not be published.