ଗୁଣାତ୍ମକ ଶିକ୍ଷାକୁ ପ୍ରାଥମିକତା ପ୍ରଦାନ କରାଯାଉଛି : ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ

0

ଭୁବନେଶ୍ୱର :ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ବାରିପଦା ଗସ୍ତରେ ଯାଇ ସଦର ମହକୁମାସ୍ଥ ପ୍ରୟାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଉଥିବା ଜିଲ୍ଲା ପ୍ରଧାନଶିକ୍ଷକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।
ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ମୟୂରଭଞ୍ଜ ଜିଲ୍ଲା କିପରି ପ୍ରାଥମିକତା ହାସଲ କରିପାରିବ ସେଥିପ୍ରତି ଶିକ୍ଷକଶିକ୍ଷୟିତ୍ରୀ ଏବଂ ପ୍ରଧାନଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାର ସଫଳ କାର୍ଯ୍ୟକାରିତାରେ ପ୍ରଧାନଶିକ୍ଷକମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି । ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କର ଯେଉଁ ସ୍ୱପ୍ନ ରହିଛି ତାହା ପୂରଣ କରିବା ଦିଗରେ ମନ୍ତ୍ରୀ ଶ୍ରୀ ଦାଶ ପ୍ରଧାନଶିକ୍ଷକମାନଙ୍କ ସହଯୋଗ କାମନା କରିଥିଲେ । ଏତଦ୍‌ଭିନ୍ନ ଅନୁକମ୍ପାମୂଳକ ନିଯୁକ୍ତି ଏବଂ ଠିକ୍‌ ସମୟରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପେନ୍‌ସନ୍‌ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ସଂଯୁକ୍ତିକରଣ ମାଧ୍ୟମରେ ଜଣେ ଶିକ୍ଷକ ଥିବା ବିଦ୍ୟାଳୟକୁ ଅଧିକ ଶିକ୍ଷକ ଯୋଗାଇଦେବା ପାଇଁ ଜିଲ୍ଲାପାଳଙ୍କୁ ମନ୍ତ୍ରୀ ଶ୍ରୀ ଦାଶ ନିର୍ଦ୍ଦେଶ ଦେଇଥିଲେ ।
ଏଥିରେ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତି ହେମ୍ବ୍ରମ୍‌, ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ବିଧାୟକ ଉଦଳା ଶ୍ରୀ ଭାସ୍କର ମଢ଼େଇ, ମୋରଡ଼ା ବିଧାୟକ ଶ୍ରୀ ରାଜକିଶୋର ଦାଶ, ବଡ଼ସାହି ବିଧାୟକ ଶ୍ରୀ ସନାତନ ବିଜୁଳି, ଜିଲ୍ଲାପାଳ ଶ୍ରୀ ଭୀନିତ ଭରଦ୍ୱାଜଙ୍କ ସମେତ ଜିଲ୍ଲାର ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.