ପଦ୍ମପୁର:ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କ ପ୍ରେରଣାର ଉତ୍ସ, ବିଶିଷ୍ଟ ଶିକ୍ଷାବିତ୍, ପ୍ରଖର ରାଷ୍ଟ୍ରବାଦୀ ନେତା ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଆଜି ପଦ୍ମପୁରରେ ପାଳିତ ହୋଇଯାଇଛି, ନଗର୍ ବିଜେପି ଯୁବମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ମେହେରଙ୍କ ସଭାପତିତ୍ବରେ ବଳିଦାନ ଦିବସ ପାଳନ କରାଯାଇଥିଲା,ଏ ଅବସରରେ ବରିଷ୍ଠ ନେତା ରାଜୁ ଘିବେଲା ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସାଂଗଠନିକ ଦକ୍ଷତା ଏବଂ ବିଚାର ଉପରେ ଆଲୋକପାତ କରିଥିଲେ ଏବଂ ତାଙ୍କର ପଥକୁ ଅନୁସରଣ କରି ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟିକୁ ପଦ୍ମପୁର ରେ ଏକ ନମ୍ବର ଦଳ ହିସାବରେ ଗଠନ କରିବା ପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ବାନ କରିଥିଲେ, ଅନ୍ୟତମ ବକ୍ତା ଭାବେ ସାଂସଦ ପ୍ରତିନିଧି, କାଉନସିଲର ତଥା ବଳିଦାନ ଦିବସ ର ଜିଲ୍ଲା ସହ ସଂଯୋଜକ ଚିନ୍ମୟ କୁମାର ପଣ୍ଡା ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରଖର ରାଷ୍ଟ୍ରଭକ୍ତି ଉପରେ ଆଲୋକପାତ କରିଥିଲେ, କିପରି ଜାମ୍ମୁକାଶ୍ମୀର ରେ ଧାରା ୩୭୦ କୁ ବିରୋଧ କରି “ଏକ୍ ଦେଶ୍ ମେଁ ଦୋ ବିଧାନ,ଦୋ ନିଶାନ୍ ନେହିଁ ଚଲ୍ ସକତା” ର ସ୍ଲୋଗାନ ଦେଇ ନିଜ ଜୀବନ ର ବଳିଦାନ ଦେଇଥିଲେ ସେ ବିଷୟ ଉତ୍ଥାପନ କରିଥିଲେ,ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନଗର୍ ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର, ବରିଷ୍ଠ ଆଇନଜୀବି ଆଦିତ୍ୟ କୁମାର ରଥ, କାଉନସିଲର ସୁମିତ୍ ଘିବେଲା, ଅମିତ୍ ଅଗ୍ରୱାଲ, ଜିତେନ୍ଦ୍ର ସୁନାନୀ, ପ୍ରେମାନନ୍ଦ ଭୋଇ,ମଙ୍ଗଲୁ ନିଆଲ୍,ହୀରାଲାଲ୍ ରଣା,ରବି ଭୋଇ, ହୀରା ସରାଫ୍ ପ୍ରମୁଖ ଉପସ୍ଥିତ ଥିଲେ, ପରିଶେଷରେ ନଗର୍ ବିଜେପି ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.