ବାଲିପାଟଣା : ଡାକ୍ତର ଶ୍ରୀକାନ୍ତ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ତରଫରୁ ଏକ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଡି.ଇ.ଆଇ.ସି କ୍ୟାପିଟାଲ ହସପିଟାଲର ବିଭିନ୍ନ ବିଭାଗରେ ବିଶେଷଜ୍ଞ ମାନେ ୦-୧୮ ବର୍ଷ ବୟସରଶିଶୁ ମାନଙ୍କ ବିଭିନ୍ନ ରୋଗର ଥେରାପି ସହ ବିଭିନ୍ନ ଉପାଦେୟ ଉପଦେଶ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାନସିକ ତଥା ଶାରୀରିକ ବିକାଶ ଜନିତ ସମସ୍ୟାରେ ପୀଡ଼ିତ ଶିଶୁମାନଙ୍କୁ ସ୍ବତନ୍ତ୍ର ଭାବେ ସ୍କ୍ରିନିଂ କରାଯାଇ ବିଭିନ୍ନ ଥେରାପି ପ୍ରଦାନ କରାଯାଇଥିଲା।ଏହି ସ୍ବାସ୍ଥ୍ୟ ମେଳାରେ ବରିଷ୍ଠ ବିଶେଷଜ୍ଞ ଡ଼ାଃ ଲିଙ୍ଗରାଜ ହୋତା ଙ୍କ ସହ ବିଭିନ୍ନ ବିଶେଷଜ୍ଞ ଯୋଗ ଦେଇଥିଲେ।
ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଡ଼ାଃ ପ୍ରଶାନ୍ତ ଓ ଡ଼ାଃ ରୁନୁ ଆଚାର୍ଯ୍ୟ କାର୍ଯ୍ୟକ୍ରମ କୁ ସଂପାଦନା କରିଥିବା ବେଳେ ଡ଼ାଃ ଶୁଭଶ୍ରୀ ପଣ୍ଡା ଓ ଷ୍ଟାଫ୍ ନର୍ସ ଶୁଭ ସ୍ମିତା ଜେନା ଉପସ୍ଥିତ ରହି ରୋଗୀ ଓ ବିଶେଷଜ୍ଞ ଙ୍କ ଭିତରେ ସମନ୍ୱୟ କିପରି ବଜାୟ ରହିବ ଓ ଶିଶୁଟି କିପରି ଉପଯୁକ୍ତ ସ୍ବାସ୍ଥ୍ୟ ସୁବିଧା ପ୍ରାପ୍ତ କରିବ ସେ ବିଷୟରେ ଅଭିଭାବକ ମାନଙ୍କୁ ଅବଗତ କରାଇବା ସହ ଥେରାପି କିପରି ସହଜ ଓ ବିନାମୂଲ୍ୟରେ କ୍ୟାପିଟାଲ ହସପିଟାଲରେ ଉପଲବ୍ଧ ସେ ବିଷୟରେ ଅବଗତ କରାଇଥିଲେ।
କାର୍ଯ୍ୟକ୍ରମ ଶେଷରେ ଡାକ୍ତର ସତ୍ୟନାରାୟଣ ଦାଶ ଉଭୟ ବିଶେଷଜ୍ଞ ଓ ଉପସ୍ଥିତ ଅଭିଭାବକ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଫାର୍ମାସିଷ୍ଟ ମନସ୍ବିନୀ ଜେନା ଓ ସାଗରିକା ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.