ଖଇରା,(ବୁଲୁ ଲେଙ୍କା )ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଧୁବାଗଢିଆ ପ୍ରାଥମିକ ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ।ଗତକାଲି ଉକ୍ତ ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ପ୍ରଧାନ ସ୍କୁଲରେ ବଲ ଖେଳୁଥିବା ବେଳେ ବଲଟି ଶିକ୍ଷୟତ୍ରୀଙ୍କ ମୁଣ୍ଡରେ ବାଜିଥିଲା।ଶିକ୍ଷୟତ୍ରୀ ଛାତ୍ର ଜଣକୁ ସ୍କେଲରେ ପିଟିବା ସହିତ ବଲଟିକୁ ଛାତ୍ରର ପେଟକୁ ଛାଟିଥିଲେ l ପରେ ଛାତ୍ରର ମୁଣ୍ଡକୁ ପକ୍କା କାନ୍ଥରେ ବାଡେଇଥିଲେ l ସ୍କୁଲ ଛୁଟି ହେବା ପରେ ଛାତ୍ର ଜଣକ ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରିବାରୁ ଘର ଲୋକଙ୍କୁ କହିଥିଲେ।ପରେ ଛାତ୍ରଙ୍କୁ ପରିବାର ଲୋକେ ଖଇରା ମେଡିକାଲ ଆଣି ଚିକିତ୍ସା କରାଇଥିଲେ।ଏହାକୁ କେନ୍ଦ୍ର କରି ନ୍ୟାୟ ଦାବୀରେ ଅଭିଭାବକମାନେ ସ୍କୁଲ ଗେଟରେ ତାଲା ପକାଇ ଶିକ୍ଷୟତ୍ରୀଙ୍କୁ ଅଟକ ରଖିବା ସହିତ ଗେଟ ଆଗରେ ଧାରଣା ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.