ପିଇବା ପାଣି ମିଳୁନଥିବାରୁ ମୁଣ୍ଡରେ ଗରା ମୁଣ୍ଡାଇ ବ୍ଲକ ଆଗରେ ପହଁଚିଲେ ଗ୍ରାମବାସୀ।

0

ଖଇରା, (ବୁଲୁ ଲେଙ୍କା ): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବାଉଁଶଗଢିଆ ଗାଁର ଆଦିବାସୀ ସାହିର ଲୋକଙ୍କୁ ପିଇବା ପାଇଁ ସୁଦ୍ଧ ପାଣି ମିଳୁନାହିଁ ।ଫଳରେ ଆଜି ଶତାଧିକ ଗ୍ରାମବାସୀ ଗରା, ବାଲଟି ଧରି ଏକ ରାଲି କରିବା ସହିତ ବ୍ଲକ ସମ୍ମୁଖରେ ଧାରଣା ଦେଇଛନ୍ତି।ଏହି ଗାଁଟି ପାହାଡ଼ ନିକଟରେ ହୋଇଥିବାରୁ ଗ୍ରାମବାସୀମାନେ ପାନୀୟ ଜଳ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଫଳରେ ପାନୀୟଜଳ ଟିକେ ପାଇଁ ଚୁଆ ପାଣିକୁ ବ୍ୟବହାର କରୁଛନ୍ତି l ସରକାର ଘରେ ଘରେ ଟ୍ୟାପ ବସାଇ ଘରେ ପିଇବାପାଣି ପହଞ୍ଚାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଏବଂ ଆଦିବାସୀ ମାନଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଉଥିବା ଡିଣ୍ଡିମ ପିଟୁଛନ୍ତି।ଗ୍ରାମବାସୀଙ୍କ ଅଭିଯୋଗ ପରେ ଗତକିଛି ଦିନ ତଳେ ପ୍ରଶାସନ ଟ୍ୟାଙ୍କର ଯୋଗେ ପିଇବାପାଣି ଯୋଗାଇ ଆସୁଥିଲେ l କିନ୍ତୁ ୧୧ ଦିନ ହେବ ଏହି ସୁବିଧା ବନ୍ଦ କରିଦେଇଥିବାରୁ ଏମାନେ ବାଧ୍ୟ ହୋଇ ଚୁଆ ପାଣି ପିଉଛନ୍ତି ।ଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଦାବିରେ ଆଜି ସ୍ଥାନୀୟ ଯୁବ ସମାଜସେବୀ ଦୈତାରୀ ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ସୋର-କୁପାରୀ ରାଜ୍ୟ ରାଜପଥରେ ଗରା, ବାଲଟି ମୁଣ୍ଡରେ ମୁଣ୍ଡାଇ ଚାଲି ଚାଲି ରାଲି କରିବା ସହିତ ଖଇରା ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ। ବ୍ଲକ ଆଗରେ ଧାରଣା ଦେବା ପରେ ଖଇରା ବିଡ଼ିଓ ପର୍ଶୁରାମ ପଣ୍ଡା ପୁଣି ଥରେ ଟ୍ୟାଙ୍କର ଦ୍ୱାରା ପାଣି ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ l

Leave A Reply

Your email address will not be published.