ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) କଟକ ଚାନ୍ଦବାଲି ରାସ୍ତା ନିଶ୍ଚିନ୍ତକୋଇଲି ଫିଲ୍ମ ହଲ ନିକଟରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ରେ ଜଣେ ମୃତ୍ୟବରଣ କରିଥିଲା ବେଳେ ଆଉ ଜଣେ ଗୁରୁତର ଭାବେ ଆହତ ହୋଇଛି।ଉଭୟଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିଲା। ସୂଚନା ଅନୁଯାୟୀ ଟ୍ରକ ଟି କେନ୍ଦ୍ରାପଡା ରୁ କଟକ ଅଭିମୁଖେ ଯାଉ ଥିବା ବେଳେ ବିପରୀତ ଦିଗରୁ କଟକରୁ କେନ୍ଦ୍ରାପଡା ଯାଉଥିବା ହୋଣ୍ଡା ଆକ୍ଟିଭା ନଂ O D29 J3933 ମୁହାଁ ମୁହିଁ ଧକା ହେବା ଫଳରେ ଘଟଣା ସ୍ଥଳରେ ଜଣେ ମୃତ ଆଉ ଜଣେ ଗୁରୁତର ହୋଇଥିଲେ।ଆହତ ଙ୍କୁ କଟକ ବଡ଼ ଡ଼ାକ୍ତରଖାନା କୁ ସ୍ଥାନାନ୍ତର।ଟ୍ରକଟି ଘଟଣା ସ୍ଥଳରେ ଦୁର୍ଘଟଣା ଘଟାଇ ଫେରାର ହେଉଥିବା ସମୟରେ ସ୍ଥାନୀୟ ଯୁବକ ଓ ସାଲେପୁର ପୋଲିସ ର ସହଯୋଗରେ ଟ୍ରକ ଟିକୁ ପୋଲିସ ଜବତ କରିଛି।ଉଭୟ ସ୍କୁଟି ଚାଳକ ହେଉଛନ୍ତୁ ପଟ୍ଟାମୁଣ୍ଡାଇ ଅଂଚଳର ।ମୃତକ ହେଉଛନ୍ତି ବିଭୁ ପ୍ରସାଦମଳିକ, ଗୁରୁତର ହେଉଛନ୍ତି ଅରୁପ ମଳିକ।ଘଟଣା ସ୍ଥଳରେ ପୋଲିସ ପହଂଚି ମୃଦୁ ଉତ୍ତେଜନା କୁ ଆୟତ୍ତ କରିବା ସହିତ ବାଇକ କୁ ଜବତ କରିଛି। ତେବେ ଟ୍ରାଫିକ ବ୍ୟବସ୍ଥା ଦୁର୍ବଳ ହେତୁ ପ୍ରତ୍ୟକ ଦିନ ଏହି ବଜାରରେ ଛୋଟ ବଡ଼ ଦୁର୍ଘଟଣା ଘଟି ଧନଜୀବନ ଲୋପ ପାଉଛି ବୋଲି ସାଧାରଣରେ କୁହାଯାଇଛି ।
Sign in
Sign in
Recover your password.
A password will be e-mailed to you.