କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସଦର ମହକୁମା ଥିବା ଲ୍ୟାମ୍ପରେ ଚଳିତ ମାସ ୨୮ ତାରିଖ ରେ ହେବାକୁ ଥିବା ସଭାପତି ପଦବୀ ର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ ହେଇଯାଇଛି । ଏହିପଦ ପାଇଁ ଚଳିତ ମାସ ୯ ତାରିଖରେ ନିର୍ଦେଶକ ଭାବେ ଅଞ୍ଚଳର ଅନ୍ୟ ସଭ୍ୟସଭ୍ୟା ମଧ୍ୟରୁ ମୋଟ ୧୩ ଜଣ ମନୋନୀତ ହେଇଥିଲେ । ସେଥି ମଧ୍ୟରୁ ୭ ଜଣ ଆଦିବାସୀ ପୁରୁଷ ସଭ୍ୟ ଓ ଜଣେ ଆଦିବାସୀ ମହିଳା ସଭ୍ୟା ରହିଥିବାବେଳେ ଅନ୍ୟ ୫ ଜଣ ସାଧାରଣ ବର୍ଗର ବୋଲି ଜଣାପଡିଛି । ଆଜି ଏହାର ସଭାପତି ପଦ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ ର ଅନ୍ତିମ ତାରିଖ ଥିବାବେଳେ ଉକ୍ତ ନିର୍ଦେଶକ ମାନଙ୍କ ମଧ୍ୟରୁ ଜୟ ମାଝି ଓ ମଦନ ମାଝି ନିଜ ନିଜର ସମର୍ଥକ ସହ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ହେଲେ ନିର୍ବାଚନ ଅଧିକାରୀ ଭବାନୀ ଶଙ୍କର ଦାସ ଙ୍କର ଉପସ୍ଥିତି ରେ ମଦନ ମାଝି ଙ୍କୁ ସଭାପତି ଭାବେ ଦୟାନିଧି ନାଏକ ପ୍ରସ୍ତାବ ଦେଇଥିବା ବେଳେ ଜୟସିଂ ମାଝି ସମର୍ଥନ ଜଣାଇଥିଲେ। ସେହିପରି ଅନ୍ୟ ସଭାପତି ପ୍ରାର୍ଥୀ ଜୟ ମାଝି ଙ୍କ ସମର୍ଥନ ରେ ସ୍ଥାନୀୟ ବରିଷ୍ଠ ନେତା ଅଙ୍ଗଦ ନାଏକ ,ଅନୀଲ ଜୈନ, ମିଥୁନ ନାଏକ, ଜୟନ୍ତ ବୈଠାରୁ ,ଅର୍ଜୁନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ସଭ୍ୟ ପି ଦେବେନ୍ଦ୍ର ରାଓ ଜୟ ମାଝି ଙ୍କୁ ପ୍ରସ୍ତାବ ଦେଇଥିବା ବେଳେ ସିଙ୍ଗିମାଝି ସମର୍ଥନ ଜଣାଇଥିଲେ । ଆଜିର ଏହି କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ଭାବେ କାଶୀପୁର ଲ୍ୟାମ୍ପ ଏମଡି ସନ୍ତାଷ କୁମାରଦାସ ପରିଚାଳନା କରିଥିବା ବେଳେ ଅନ୍ୟ କର୍ମଚାରୀ ମଧ୍ୟରୁ ନବ କିଶୋର ସିଂ, ଦିବ୍ୟରଞ୍ଜନ ସିଂ , ନିର୍ମଳ ଚନ୍ଦ୍ର ପ୍ରଧାନୀ ,କୈଳାଶ ବିଶି ପ୍ରମୁଖ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.