ପଦ୍ମପୁର- ସରକାରୀ ନିୟମକୁ ଫୁ କରି ମନଇଚ୍ଛା କାମ ଆଗେଇ ଚଲାଇଛନ୍ତି ଠିକାଦାର । କୌଣସି ସରକାରୀ କାମ ହେଲେ ତାହା କେଉଁ ବିଭାଗର କାମ , ତାର ବ୍ୟୟ ଅଟକଳ କେତେ, କର୍ଯ୍ୟ ଅବଧି କେତେ ଏହି ସମସ୍ତ ସୂଚନା ଏକ ଫଳକରେ ରହିଥାଏ । ଯାହା ଦ୍ବାରା କାର୍ଯ୍ୟର ସବିଶେଷ ବିବରଣୀ ଜଣାପଡିଥାଏ । ହେଲେ ପଦ୍ମପୁର ବ୍ଳକ ଜମରତଲା ପଞ୍ଚାୟତ କଣ୍ଠେଶ୍ବରପୁର ମାଟିବନ୍ଧ ଠାରେ ଚାଲିଥିବା କାମରେ ଏଭଲି ଅବ୍ୟବସ୍ଥା ଦେଖିବାକୁ ମିଲିଛି । ସୂଚନା ଅନୁସାରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଚାଲୁଥିବା ଏହି କାମରେ ସରକାରୀ ନିୟମକୁ ଫୁ କରୁଥିବା ଦେଖିବାକୁ ମିଲିଛି । ନା ସୂଚନା ଫଳକ ରହିଛି ନା ଏଠାକାର ନିୟୋଜିତ ଥିବା ଶ୍ରମିକ ମାନେ ଉପଯୁକ୍ତ ସୁରକ୍ଷା ଅବଳମ୍ବନ କରି କାମ କରୁଥିବା ଦେଖିବାକୁ ମିଲିଛି । ଠିକାଦାର ଏଠି ନିଜ ମନମାନି କାମ କରୁଥିବା ଅନୁଭବ କରାଯାଉଛି । ଏ କାମ ବିଷୟରେ କ୍ଷୁଦ୍ର ଜଳ ସେଚନ ବିଭାଗ ଉପଖଣ୍ଡ ଅଧିକାରୀ ହେମନ୍ତ ମାରାଣ୍ଡିଙ୍କୁ ପଚାରିଥିଲୁ ସେ ଏହି କାମ ତଦାରଖ ଦାୟିତ୍ବରେ ଥିବା ଯନ୍ତ୍ରୀ କଳ୍ପନା ପ୍ରଧାନଙ୍କୁ ପଚାରିବାକୁ କହିଥିଲେ । କାମ ତଦାରଖ ଦାୟିତ୍ୱରେ ରହିଥିବା ଯନ୍ତ୍ରୀ କଳ୍ପନା ପ୍ରଧାନଙ୍କୁ ପଚାରିଥିଲୁ ହେଲେ ସେ ଏ କାର୍ଯ୍ୟର କୌଣସି ତଥ୍ୟ ଦେବା ପରିବର୍ତ୍ତେ ଉପରିସ୍ଥ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ କହିଥିଲେ । ଗୋଟିଏ କାମର ତଥ୍ୟ ଦେବାପାଇଁ ବିଭାଗୀୟ ଅଧିକାରୀ ଏତେ କୁଣ୍ଠାବୋଧ କଣ ପାଇଁ ତାହା ଏବେ ଚର୍ଚ୍ଚାର ବିଷୟ । ଏଥିରେ ଠିକାଦାର ଓ ବିଭାଗୀୟ ଅଧିକାରୀ ମାନେ ମିଲିମିଶି କିଛି ଲୁଚାଉଥିବା ଅନୁମାନ ହେଉଛି ।
Sign in
Sign in
Recover your password.
A password will be e-mailed to you.