ପଦ୍ମପୁର- ବିଶ୍ବ ଯୋଗଦିବସ ଅବସରରେ ମହିଳା ପତଞ୍ଜଳୀ ଯୋଗସମିତି ଯୁବା ସଙ୍ଗଠନ ପକ୍ଷରୁ ବିଶ୍ବ ଯୋଗ ଦିବସ ପାଳନ କରାଯାଇଛି । ଦହିତା ଆଶ୍ରମ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ମେହେରଙ୍କ ତତ୍ବାବଧାନରେ ଧୁବୁନି ଭୋଇ,ମୋହନ ମେହେର, ହେମନ୍ତ ମେହେର,କୁଞ୍ଜବିହାରୀ ନାଏକ, ଚନ୍ଦ୍ରିକା ନାଏକ ଛାତ୍ରୀ ମାନଙ୍କୁ ଯୋଗ ପ୍ରଶିକ୍ଷଣ ଦେବା ସହ ଏହାର ଉପକାରିତା ବିଷୟରେ ଆଲୋକପାତ କରିଥିଲେ । ସେହିପରି ପଦ୍ମପୁର ବଡ଼ପଡା ଠାରେ ମଧ୍ୟ ମହିଳା ପତଞ୍ଜଳୀ ଯୋଗ ସମିତି ଯୁବ ସଙ୍ଗଠନ ପକ୍ଷରୁ ଛୋଟ ଛୋଟ ଶିଶୁଙ୍କୁ ଯୋଗ ପ୍ରଶିକ୍ଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଏଏନଏମ ବିଶ୍ବଳୟା ସାହୁ,ଆଶାକର୍ମୀ ମଞ୍ଜୁ ଭୋଇ, ଅଙ୍ଗନଓ୍ବାଡି କର୍ମୀ କମଲା ବନିଆ ପ୍ରମୁଖ ଉପସ୍ଥିତ ରହି ଶିଶୁ ମାନଙ୍କୁ ଯୋଗ ଦ୍ବାରା ଶରୀରର ଉପକାରିତା ବିଷୟରେ ବୁଝାଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post