ରାୟଗଡରୁ ସରୋଜ କୁମାର ସାହୁ: ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଉପଲକ୍ଷେ ରାୟଗଡ଼ ସହରର ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ମାନଙ୍କରେ ବହୁ ଆଡମ୍ବର ସହ ପାଳନ କରାଯାଇଛି। ଏହି ଅବସରରେ ରାୟଗଡ଼ ଗାୟତ୍ରୀ ନଗର ସ୍ଥିତ ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ମଜଦୁର ସଂଘ, ରାୟଗଡ଼ ୱାକର୍ସ କ୍ଳବ, ଗାୟତ୍ରୀ ପରିବାର, ବରିଷ୍ଠ ନାଗରିକ ସଂଘ, ସ୍ଵାମୀ ବିବେକାନନ୍ଦ ୱାକର୍ସ କ୍ଳବ, ସାଇ ପ୍ରୀୟା ୱାକର୍ସ କ୍ଳବ, ଝଞ୍ଜାବତୀ ୱାକର୍ସ କ୍ଳବ, ଲାୟନସ କ୍ଳବ ପକ୍ଷରୁ ସତ୍ୟବାଦୀ ପତି, ଟି ଜୟରାମ, ପ୍ରତାପ ଚନ୍ଦ୍ର ବାଉରୀ, ଯୋଗେଶ୍ଵର ଦାସ, ଅନୁଶୟା ମାଝୀଙ୍କ ନେତୃତ୍ୱରେ ଆୟୋଜିତ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । ଉକ୍ତ ଯୋଗ ଦିବସ ମହାନତା ତଥା ଯୋଗ, ପ୍ରଣାୟାମ, ଶିକ୍ଷା ଦେବାସହ ଦେଶରେ ଶାନ୍ତି ପ୍ରତିଷ୍ଠା, ସହ ମନୁଷ୍ୟର ମାନସିକ, ଶାରୀରିକ ଏବଂ ଆଧ୍ୟାତ୍ମିକ ବିକାଶର ଏକ ମାତ୍ର ମାଧ୍ୟମ ଯୋଗ ବୋଲି ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଦାଶରଥି ରାଜଗୁରୁ, ରୁଦ୍ର ପ୍ରସାଦ ଚୌଦ୍ରୀ, ଗଣେଶ କୁମାର ସାହୁ, ଡାଲ ରାଜୁ, କିଶୋର କୁମାର ପଣ୍ଡା, କାଳୀରାମ ମାଝୀ, ରାୟଗଡ଼ ନାବାର୍ଡ ଏବଂ ରାୟଗଡ଼ ଜିଲ୍ଲା ଏନଜେଏସଏସ ପ୍ରମୂଖ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post