ଦୁର୍ନୀତି ର ତଦନ୍ତ ଏବଂ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଲ ଙ୍କୁ ଭେଟିଲେ ଗୁଦେରପାଲି ସରପଞ୍ଚ ।

0

ପଦ୍ମପୁର- ଗାଇସିଲେଟ ବ୍ଳକ ରେ ବରଗଡ଼ ଜିଲ୍ଲାପାଲ ମନିଷା ବାନାର୍ଜୀ ଙ୍କ ଅଭିଯୋଗ ଶୁଣାଣି ରେ ଗୁଦେରପାଲି ଗ୍ରାମ ପଞ୍ଚାୟତ ରେ ସରକାରୀ ଅନୁଦାନରୁ ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏକ ଅର୍ଦ୍ଧ ନିର୍ମିତ ନିମ୍ନ ମାନର ଦୁଇ ମହଲା ବିଶିଷ୍ଟ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଛି। ବର୍ତ୍ତମାନ ସୁଦ୍ଧା ତାର ଅଟକଲ ପ୍ରାୟ ୨୪/୨୫ ଲକ୍ଷ ଖର୍ଚ୍ଚ ହୋଇ ସାରିଛି। କିନ୍ତୁ ତାକୁ ଲୋକେ ଦେଖି ଭୟଭୀତ ହେଉଛନ୍ତି ।କାରଣ ତାର କାନ୍ଥ ଫାଟି ଆଁ କଲାଣି ତ କେଉଁଠି ଛାୟା ଭାଙ୍ଗି ଯାଇଛି ତ କେଉଁଠି ପଲସ୍ତରା ଖସୁଛି। ଏ ସବୁର ତଦନ୍ତ କରି ସେଇ ସମୟରେ ଏହି କାମରେ ଯେଉଁ ଅଧିକାରୀ ଠିକାଦାର ନିୟୋଜିତ ହୋଇଥିଲେ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ଗୁଦେରପାଲି ସରପଞ୍ଚ ରାମଚନ୍ଦ୍ର ପାତ୍ର ଜିଲ୍ଲାପାଳ ଙ୍କ ପାଖରେ ଅଭିଯୋଗ କରିଛନ୍ତି।ସେଇ ପରି ସ୍ଥାନୀୟ ୫ଟିରେ ରୁପାନ୍ତରିତ ହୋଇଥିବା ବାପୁଜୀ ହାଇସ୍କୁଲ ରେ ଏକ ବର୍ଷ ହେବ ସଂସ୍କୃତ ଶିକ୍ଷକ ପଦବୀ ଖାଲି ପଡ଼ିଛି। ସଂସ୍କୃତ ଶିକ୍ଷକ ଙ୍କୁ ଛାଡି ବର୍ତ୍ତମାନ ଦୁଇମାସ ହେବ ଖେଲ ଶିକ୍ଷକ ମଧ୍ୟ ଅବସରର ନେଲେଣି। ସର୍ବମୋଟ ଦୁଇ ଜଣ ଶିକ୍ଷକ ଅବସର ନେଲେଣି। ତାଙ୍କ ବଦଲରେ ଦୁଇ ଜଣ ଶିକ୍ଷକ ଏବଂ ସ୍ଥାନୀୟ ଏମ୍: ଇ ସ୍କୁଲ ରେ ମଧ୍ୟ ଦୁଇ ଜଣ ଶିକ୍ଷକ ଅବସର ନେଲେଣି ଯାହାର ଛାତ୍ର ଛାତ୍ରୀ ଉପସ୍ଥାନ ବର୍ତ୍ତମାନ ୨୦୮ରୁ ଅଧିକ ଏହି ସବୁ ବିଦ୍ୟାଳୟ ରେ ଖାଲି ପଡିଥିବା ଶିକ୍ଷକ ଯୋଗାଇଦେବା ପାଇଁ ସ୍କୁଲ ପରିଚାଳନା କମିଟି ତଥା ପଞ୍ଚାୟତ ତରଫରୁ ଦାବି କରିଛନ୍ତି। ସେହିପରି ପଣ୍ଡରିପାଣୀ ଗାଁ ରୁ ଗୁଦେରପାଲି ଏବଂ ବେହେରାବାହାଲି ଗାଁରୁ ଗୁଦେରପାଲି,ଘୁମୁନିପାଲି ପର୍ଯ୍ୟନ୍ତ ଯାହାକି ଆରଡି ରେ ଯୋଡ ହୋଇ କୈାଣସି ସୁଫଲ ମିଳୁନାହିଁ।ଯାହାଫଳରେ ଅଛରାଏ ବର୍ଷା ହୋଇଗଲେ ଗୁଦେରପାଲି ସ୍କୁଲ, ହାଇସ୍କୁଲ, ମହାବିଦ୍ୟାଳୟ କୁ ଶିକ୍ଷା ଅଧ୍ୟୟନ ପାଇଁ ଆସୁଥିବା ଛାତ୍ରଛାତ୍ରୀ ଙ୍କ ଅସୁବିଧା ହେବାସହ ବାଟୋଇ ମାନେ ବାରମ୍ବାର ଦୁର୍ଘଟଣା ହେଉଛନ୍ତି।ଏଣୁ ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ଗୁଦେରପାଲି ସରପଞ୍ଚ ରାମଚନ୍ଦ୍ର ପାତ୍ର ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

Leave A Reply

Your email address will not be published.