ବଜାର ମଧ୍ୟ ଦେଇ କୋଇଲା ଗାଡ଼ିଯିବାରେ ତ୍ରିପାକ୍ଷିକ ଆଲୋଚନା

0

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: କାଶୀପୁର ବ୍ଲକ ଟିକିରି ବଜାର ରାସ୍ତା ଦେଇ ଉତ୍କଳ ଆଲୁମିନା କୁ କୋଇଲା ଗାଡ଼ି ଯାତାୟାତ ନେଇ ସ୍ଥାନୀୟ ଥାନାପୁଲିସ, ପବ୍ଲିକ ଏବଂ ଆଲୁମିନା କମ୍ପାନୀ ଅଧିକାରୀ ମଧ୍ୟରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇ ଥିଲା ।ଟିକିରିଥାନାପରିସରରେଅନୁଷ୍ଠିତ ବୈଠକରେ ଥାନା ଅଧିକାରୀ ବନ୍ଦନା ନାୟକ , ଏସ ଡ଼ିପିଓ ଦିବ୍ୟ ଜ୍ୟୋତି ଦାଶ,ଉତ୍କଳ ଆଲୁମିନା ସିଏସ ଆର ଅଧିକାରୀ ଡ଼ଃ.ଲୋପା ମୁଦ୍ରା ପ୍ରିୟଦର୍ଶିନୀ ସହିତ ଅନ୍ୟ ଅଧିକାରୀ, ଏବଂ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।ରାତି ଦଶଟା ଠାରୁ ସକାଳ ସାତ ଏବଂ ଅପରାହ୍ଣ ଦୁଇଟା ଠାରୁ ଚାରି ପର୍ଯ୍ୟନ୍ତ କୋଇଲା ବୋଝେଇ ଗାଡ଼ି ଯାତାୟାତ ନେଇ ଆଲୋଚନା ହୋଇ ଥିଲା ।ଅପରାହ୍ନ ଦୁଇଟା ଠାରୁ ଚାରିଟା ମଧ୍ୟରେ ଗାଡ଼ି ଯାତାୟତ ନେଇସହ ମତି ପ୍ରକାଶପାରି ନ ଥିଲା ।ଆଗାମୀ ଏକ ସପ୍ତାହ ମଧ୍ୟରେ ପୁଣି ଆଲୋଚନା ନେଇ ନିଷ୍ପତ୍ତି ନିଆଯାଇ ଥିଲା ।ସ୍ଥାନୀୟ ଅଞ୍ଚଳର ଟ୍ରାଫିକ ସମସ୍ୟା, ନାବାଳକ ମାନେ ହେଲମେଟ ବିନା ଦ୍ରୁତ ଗତିରେଗାଡ଼ି ଚଲାଇବା,ରାସ୍ତା ଉପରେ ଗାଈ ଗୋରୁ ଶୋଇ ରହୁ ଥିବାରୁଦୁର୍ଘଟଣା ମାନ ଘଟୁ ଥିବାର ବଣିକ ସଙ୍ଘ ପକ୍ଷରୁ ପୋଲିସ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲା ।ଆଗାମୀ ଦିନରେ ସଡ଼କ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରାଯିବାପାଇଁ ଏବଂ ଅପରାଧ ନିୟନ୍ତ୍ରଣ ଦିଗରେ ପ୍ରତ୍ୟେକ ଦୋକାନୀ ନିଜ ଦୋକାନ ଆଗରେ ସିସି କ୍ୟାମେରା ଲଗାଇପୁଲିସକୁସହଯୋଗ କରିବା ଏବଂ ଯେ କୌଣସି ସମସ୍ୟାନେଇ ପୁଲିସର ସାହାଯ୍ୟ ସହଯୋଗ ନେବାକୁ ଏସ ଡ଼ିପିଓ ଶ୍ରୀ ଯୁକ୍ତ ଦାଶ ପରାମର୍ଶ ଦେଇଥିଲେ ।ସେହିପରି ଗାଡ଼ି ଯାତାୟତବେଳେ ସୃଷ୍ଟି ହେଉଥିବା ବାୟୁ ପ୍ରଦୂଷଣ ନିରାକରଣଏବଂ ମାଲ ବୋଝେଇ ଗାଡ଼ି ଚାଳକଙ୍କ ପାଇଁ ପାନୀୟ ଜଳର ସୁବିଧାଏବଂ ଅନ୍ୟାନ୍ୟ ସମସ୍ୟା ନେଇ ଗ୍ରାମବାସୀ ମାନେ କମ୍ପାନୀ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ବଣିକ ସଙ୍ଘ ର ମୁନା ବେହେରା,ହର ପ୍ରସାଦ ନାୟକ, ସୀମାଞ୍ଚଳ ଷଡଙ୍ଗୀ, ଡମ୍ଭୁରୁ ଧର ସାହୁ, ଗୁପ୍ତେଶ୍ଵରସାହୁ, ଇନ୍ଦ୍ର ସାହୁ, ମାଜି ଗୌରୀ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାହୁ, ମଟର ମଜଦୂର ସଙ୍ଘ ର କାର୍ଯ୍ୟକର୍ତ୍ତାମୋହନ ନାଏକ, ଗଣେଶ ସାହୁସହିତ ବିଭିନ୍ନ ଗଣମାଧ୍ୟମର ସ୍ଥାନୀୟପ୍ରତିନିଧି ମାନେ ଉପସ୍ଥିତ ଥିଲେ ।ଏସ ଆଇ ମନୋଜ ଜେନା ସହିତ ଅନ୍ୟ ପୁଲିସ କର୍ମଚାରୀ ପରିଚାଳନା କରିଥିଲେ ।

Leave A Reply

Your email address will not be published.