ସିମୁଳିଆ( ଅକ୍ଷୟ କୁମାର ଜେନା): ସରକାର ଙ୍କ ଭେଳିକି ଭେଳିକି ଯୋଜନା ଲୋକ ମାନଂକ ପାଖରେ ଯେତେ ଆଦୃତ ହେଉଛି। ତାହା କୁ ସୁଚାରୁ ରୂପ ଦେବାକୁ ତଳ ସ୍ଥର ରୁ ଉପରିସ୍ଥ ଅଫିସର ଯାଏ ଅବହେଳା ଦେଖାଉ ଥିବାର ନଜିର ଆସୁଛି। କୌଣସି କାମ ପୂର୍ଣ୍ଣାଙ୍ଗ ହୋଇ ପାରୁ ନଥିବା ବେଳେ ସାଧାରଣ ଲୋକ ଟି ଜିବନ ଦୁର୍ବିସହ ହେଇ ପଡୁଛି। ମ ଇ ତା ପୁର ପଂଚାୟତ ପାନୀୟ ଜଳ ଯୋଗାଣ କୁ ନେଇ ଦୁଈ ପାର୍ଶ୍ଵ ତାଡି ପାଇପ ବିଛାଇବା ଏବଂ ଅଧାପନ୍ତରିଆ କାମ ସହ ବାବୁ ମାନେ ନିଘୋଡ଼ ନିଦରେ। ଦୁଇ ପାର୍ଶ୍ଵ ବଡ ବଡ ଗାଡ଼ ହୋଇ ଥିବାରୁ ଆଜି ଜଣେ ଯୁବକ ଗୁରୁତର ହୋଇ ଛନ୍ତି। ଯୁବକ ଜଣକ ତିହିଡି ବ୍ଲକ୍ ର ଜମଝୋଡ଼ି ପଂଚାୟତ ଦରପୂର ଗ୍ରାମ ର ହୋଇ ଥିବା ବେଳେ କ୍ୟାପିଟାଲ ନାମ୍ନୀ ଏକ ଗ୍ରୁପ୍ ରେ ଟଙ୍କା ଆଦାୟ ନିମନ୍ତେ ଆସି ଥିବାର ସୂଚନା ମିଳେ। ଯୁବକ ଜଣକ ଗୁରୁତର ହେବା ସହ ମ ଇ ତା ପୁର ହସ୍ପିଟାଲ ରେ ପ୍ରାଥମିକ ଚିକିତ୍ସା କରାଯାଇ। ଭଦ୍ରକ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇ ଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଂଚଳ ରେ ଅସନ୍ତୋଷ ଦେଖା ଯାଇଛି।
Sign in
Sign in
Recover your password.
A password will be e-mailed to you.