କମେଣ୍ଟ ମରାକୁ ନେଇ ଅଶାନ୍ତ ପୀର ଜାହାନିଆଁ ବେଳାଭୁମି ।

0

ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀ ଜିଲ୍ଲା ର ଅସ୍ତରଙ୍ଗ ବ୍ଲକ ଅଧିନ ପୀର ଜାହାନିଆଁ ବେଳାଭୁମି ଏକ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ବର୍ଷକ ବାରମାସ ଯାକ ରାଜ୍ୟ ତଥା ପୃଥିବୀର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକ ମାନେ ଆସିଥାନ୍ତି ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କରିବାପାଇଁ।ହେଲେ ସୁରକ୍ଷାର ଅଭାବ ତଥା ବିଭିନ୍ନ କାରଣରୁ, ଆସୁଥିବା ପର୍ଯ୍ୟଟକ ଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ବହୁ ଧନ ଜୀବନ କ୍ଷତିଗ୍ରସ୍ତ ହେବାସହ, ପର୍ଯ୍ୟଟକ ଙ୍କ ଆକ୍ରମଣରେ ଅତୀତରେ କେତେଜଣ ମୃତ୍ୟୁବରଣ କରିଥିବା ଜଣା ପଡିଅଛି ।
ଏଠାରେ ପ୍ରକାଶ ଯୋଗ୍ୟ ଯେ, ସୋମବାର ଦିନ କିଛି ଯୁବକ ତାଙ୍କ ପରିବାରର ସାଥୀମାନଙ୍କୁ ଧରି ପୀର ଜାହାନିଆଁ ବେଳାଭୁମି ଆସି ବୁଲାବୁଲି କରିବା ସହ,ଭୋଜି ଭାତର ଆୟୋଜନ କରିଥିଲେ । ରୋଷେଇ ଚାଲିଥିବା ବେଳେ ସ୍ଥାନୀୟ ର କିଛି ଯୁବକକାହାକୁ ଦେଖାଇ କମେଣ୍ଟ ମାରିବାନେଇ ଏମାନେ ବିରୋଧ କରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ପରିସ୍ଥିତି ପର୍ଯ୍ୟନ୍ତ ଯାଇଥିଲା। ଏହି ସମୟରେ ଭୁବନେଶ୍ୱରର ଜଣେ ଯୁବକ ତାଙ୍କ ଫୋର ହୁଇଲରଟି ଷ୍ଟାର୍ଟ କରି ଆଗ ପଛ କରିବାରୁ ପଛରେ ଥିବା କେତେକ ଟୁ ହୁଇଲର କ୍ଷତିଗ୍ରସ୍ଥ ହୋଇଥିଲା । ପାୟ ସମସ୍ତେ ନିଶାରେ ଥିବାରୁ ଟୁ ହୁଇଲର କ୍ଷତିଗ୍ରସ୍ଥ ହୋଇଥିବା ଦେଖି ତାଙ୍କ ତାଙ୍କ ଭିତରେ ବାଡ଼ିଆ ବାଡ଼ି ହେବା ସହ କାରର କିଛି ଗ୍ଲାସ ମଧ୍ୟ ଭାଙ୍ଗି ଯାଇଥିଲା ଓ କିଛି ମଧ୍ୟ ଆହତ ହୋଇଥିଲେ । ଯେଉଁମାସନେ ଗଣ୍ଡଗୋଳ ଛଡାଉଥିଲେ, ତାଙ୍କ ଭିତରେ ଥିବା ଜଣେ ଯୁବକଙ୍କ ବେକରେ ଥିବା ସୁନାଚେନ ର କିଛି ଅଂଶ ଛିଣ୍ଡିଯାଇ କୋଉଠି ପଡିଯାଇଥିଲା । ଏହିସମୟରେ କିଛି ଯୁବକ ନିଜ ନିଜ ଯାନ ଧରି ଚାଲିଯାଉଥିବା ବେଳେ ଅସ୍ତରଙ୍ଗ ପୋଲିସ କୋଉଠୁ ଖବର ପାଇ ତାଙ୍କୁ ବାଟରେ ଅଟକାଇଥିଲା। ହେଲେ କେତେକ ଭଦ୍ରଲୋକ ଙ୍କ ଉଦ୍ୟମ କ୍ରମେ ଦୁଇଗୋଷ୍ଠୀ ମଧ୍ୟରେ ଆପୋଷ ଆଲୋଚନା କରାଯିବା ପରେ ଦୁଇଚାକିଆ ଯାନ କ୍ଷତିଗ୍ରସ୍ତ ଓ ସୁନାଚେନ ହଜିବା ନେଇ, ଚାଳିଶ ହଜାର ଟଙ୍କା ଦେଇ ଗୋଟିଏ ଗୋଷ୍ଠୀ ଫେରିଯାଇଥିବା ଜଣାପଡିଅଛି।
ଅପର ପକ୍ଷରେ, ସେହି ଦିନ ତିନି ଜଣ ଯୁବକ ଏକ ଯୁବତୀଙ୍କୁ ଆଣି ନିକଟ ଗଙ୍ଗାଦେବୀ ବେଳାଭୁମି ଜଙ୍ଗଲରେ,ତାଂକପ୍ରତି ଖରାପ ଵ୍ୟଵହାର ପ୍ରଦର୍ଶନ କରି,ଛାଡି ଚାଲିଯିବାରୁ ଯୁବତୀ ଜଣକ ନିକଟସ୍ଥ ଲୋକଙ୍କ ସହାୟତାରେ ଗଙ୍ଗାଦେବୀ ମନ୍ଦିରରେ ଆଶ୍ରୟ ନେଇଥିଲା । ଅସ୍ତରଙ୍ଗ ପୋଲିସ ଖବର ପାଇ, ସେହି ଯୁବତୀଙ୍କୁ ରାତି ଦଶ ଘଟିକା ରେ ଉଦ୍ଧାର କରି ଥାନାକୁ ଆଣିଥିଲା । ଉକ୍ତ ଯୁବତୀ ଜଣକ କୋଣାର୍କ ଅଞ୍ଚଳର ବୋଲି କହିବାପରେ ପୋଲିସ ତାଙ୍କ ଘରକୁ ଖବର ଦେଇଥିଲା । ସେ ଯୁବତୀଙ୍କର ଦାଦା ରାତ୍ର ଏକ ଘଟିକାରେ ପହଞ୍ଚି ତାଙ୍କୁ ଥାନାରୁ ନେଇଥିବା ଥାନା ସୁତ୍ରରୁ ଜଣା ପଡ଼ିଛି ।

 

Leave A Reply

Your email address will not be published.