ଜେକେ କାଗଜକଳର ଭୂତପୂର୍ବ ଚେୟ୍ୟାରମ୍ୟାନ ସ୍ୱର୍ଗତ ଶ୍ରୀ ହରିଶଙ୍କର ସିଂଘାଣିଆଙ୍କ ଜୟନ୍ତୀ ପାଳନ ଅବସରର ରକ୍ତଦାନ ଶିବିର

0

ରାୟଗଡ(ସରୋଜ କୁମାର ସାହୁ):ରାୟଗଡ ବ୍ଲଡ ବ୍ୟାଙ୍କ ଓ ରେଡକ୍ରସ ସହାୟତାରେ ଜେକେ କାଗଜ କଳ ପରିସରରେ ଜେକେ କାଗଜ କଳ ଗ୍ରୁପର ଭୂତପୂର୍ବ ଚେୟ୍ୟାରମ୍ୟାନ ସ୍ୱର୍ଗତ ଶ୍ରୀ ହରିଶଙ୍କର ସିଁଘାଣିଆଙ୍କର ୮୯ ତମ ଜନ୍ମ ବାର୍ଷିକି ପାଳନ ଅବସରରେ ଜେକେ ମେଡିକାଲ ସେଣ୍ଟର ଠାରେ ଏକ ରକ୍ତଦାନ ଶିବିରର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ଜେକେ କାଗଜ କଳର ଉପ-ସଭାପତି ଶ୍ରୀ ବିଶ୍ୱଜିତ ଦ୍ୱିବେଦୀ ଆନୁଷ୍ଠାନିକ ଭାବେ ଶୁଭଉଦ୍ଘାଟନ କରିଥିଲେ । ଉକ୍ତ ରକ୍ତଦାନ ଶିବିରରେ ୧୦୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ଜେକେ କାଗଜ କଳର କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ଏବଂ ଜେକେ ପୁର ଅଂଚଳର ସ୍ୱେଛାସେବୀ ମାନେ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜେକେ କାଗଜ କଳ ୱେଲଫେୟାର ବିଭାଗର ମୁଖ୍ୟ ଶ୍ରୀ ରଞ୍ଜିତ ଦାସ, ଭାସ୍କର ନାଇଡୁ, ରବିନ୍ଦ୍ର ବିଶୋଇ, ପି. ଭେଙ୍କଟେଶ୍ୱର ପ୍ରମୁଖ ପରିଚାଳନା କରିଥିବା ବେଳେ ଜେକେ କାଗଜ କଳର ସମସ୍ତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଶିବିରକୁ ରାୟଗଡ ବ୍ଲଡ ବ୍ୟାଙ୍କର ମୁଖ୍ୟ ଡା. ମଜିଦଙ୍କ ତତ୍ୱାବଧାନରେ ରକ୍ତଦାତା ମାନେ ରକ୍ତ ଦାନ କରିଥିଲେ ଓ ରକ୍ତ ଭଣ୍ଡାରର କର୍ମଚାରୀ ମାନେ ସହାୟତା କରିଥିଲେ ।

Leave A Reply

Your email address will not be published.