ଏକାମ୍ର ହାଟରେ କ୍ରାଫ୍ଟ ବଜାର ଉଦ୍‌ଘାଟିତ

0

ଭୁବନେଶ୍ୱର(ଶାସକ ପ୍ରଶାସକ):ଭାରତ ସରକାରଙ୍କ ଅଧୀନସ୍ଥ ବିକାଶ ଆୟୁକ୍ତ (ହସ୍ତଶିଳ୍ପ)ଙ୍କ ଆର୍ଥିକ ସହାୟତାରେ ଏବଂ ଓଡ଼ିଶା ସରକାରଙ୍କ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ମିଳିତ ସହାୟତା କ୍ରମେ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା) ଦ୍ୱାରା ଭୁବନେଶ୍ୱର ସ୍ଥିତ ଏକାମ୍ର ହାଟଠାରେ ୨୦୨୨ ଜୁନ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପି କ୍ରାଫ୍ଟ ବଜାରର ଆୟୋଜନ କରାଯାଇଛି । ୧୦୦ ଜଣ କାରିଗର ଏଥିରେ ଅଂଶଗ୍ରହଣ କରି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସମାଗ୍ରୀର ବିକ୍ରୟ କରୁଛନ୍ତି । ରାଜ୍ୟ ଏବଂ ରାଜ୍ୟ ବାହାରୁ ଶିଙ୍ଘ, ବାଉଁଶ, ବେତ, ପିପିଲି ଚାନ୍ଦୁଆ, ପଥର ଖୋଦେଇ, କାଠ ଖୋଦେଇ, କଣ୍ଢେଇ, ଲୌହ ଶିଳ୍ପ, ଲାଖ, ଆଦିବାସୀ ଜୁଏଲାରୀ, ଇମିଟେସନ୍‌ ଜୁଏଲାରୀ, ସବାଇ ଘାସ, କାଇଁଚ ଶିଳ୍ପ, କତା ଶିଳ୍ପ, ତାଳପତ୍ର ଖୋଦେଇ, ପଟ୍ଟଚିତ୍ର, ଟେରାକୋଟା, ଢୋକ୍ରା, ଏମ୍ବ୍ରୋଇଡୋରୀ, ଶୀତଳପଟୀ, ଝୋଟଶିଳ୍ପ, ପେପର ମାସୀ, କଂସା ଓ ପିତ୍ତଳ ସର୍ବୋପରି ହସ୍ତତନ୍ତ ସାମଗ୍ରୀ ଓ ରୂପା ତାରକସୀ ଇତ୍ୟାଦି ସାମଗ୍ରୀ ଏହି କ୍ରାଫଫ ବଜାରରେ ଉପଲବ୍ଧ ହେଉଛି ।

ଆଜି ସନ୍ଧ୍ୟାରେ ଏହି କ୍ରାଫଫ ବଜାରକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଉଦ୍‌ଘାଟନ କରିଛନ୍ତି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ଏହି ବଜାରର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ତଥା ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ପଟେଲ, ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଶ୍ୟାମଭକ୍ତ ମିଶ୍ର ଆଦି ବରିଷ୍ଠ ଅଧିକାରୀମାନେ ଯୋଗଦାନ କରିଥିଲେ । ୧୦ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ୧ ଲକ୍ଷ ଦର୍ଶକ ସମାଗମ ହେବାର ଆଶା କରାଯାଉଛି ଏବଂ ୧ କୋଟି ଟଙ୍କାର ବ୍ୟବସାୟର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.