ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଥାନା ଅନ୍ତର୍ଗତ ସୁଗୁଡ଼ା ଗ୍ରାମ ନିକଟସ୍ଥ ରାଞ୍ଚି ବିଜୟୱାଡ଼ା ରାସ୍ତାରେ ଏକ ପିକଅପ୍ ଭ୍ୟାନ ରୁ ସାଢ଼େ ୩ଲକ୍ଷ୍ୟ ଟଙ୍କା ଲୁଟ ହୋଇଥିବା ନେ଼ଇ ଦେବଗଡ଼ ଥାନା ରେ ଲିଖିତ ଅଭିଯୋଗ ହୋଇଛି। ପଲସର ଗାଡ଼ିରେ ୨ଜଣ ଯୁବକ ଆସି ଡ୍ରାଇଭର ଠାରୁ ନଗଦ ସାଢ଼େ ୩ଲକ୍ଷ୍ୟ ଟଙ୍କା ଓ ମୋବାଇଲ ଲୁଟି ଫେରାର ମାରିଥିଲେ। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ ଅନୁଗୋଳ ଜିଲ୍ଲାର ରେଙ୍ଗାଲି ଡ୍ୟାମ ଅଞ୍ଚଳର ବ୍ୟବସାୟୀ ଅଙ୍କୁର ଅଗ୍ରୱାଲ ନିଜ ପିକଅପ ଭ୍ୟାନ ଡ୍ରାଇଭର ଟିକନ୍ ହେମ୍ରମ ହାତରେ ନଗଦ ଅର୍ଥ ଦେଇ ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର କୁ କିରାନ ସାମଗ୍ରୀ ଆଣିବା ପାଇଁ ପଠାଇଥିଲେ।ପୂର୍ବାହ୍ନ ୧୦ଟା ସମୟରେ ସୁଗୁଡା ଗ୍ରାମ ନିକଟସ୍ଥ କମଳା ବଗିଚା ନିକଟରେ ଦୁଇ ଜଣ ଯୁବକ ପଳସର ଗାଡ଼ିରେ ଆସି ଡ୍ରାଇଭର ଟିକନ ହେମ୍ରମ ନିକଟରେ ଥିବା ଟଙ୍କା ଓ ମୋବାଇଲ ନେଇ ରାସ୍ତା କଡ଼ରେ ଥିବା ଗଛରେ ବାନ୍ଧି ଫେରାର ମାରିଥିଲେ। ସୂଚନା ପାଇ ଘଟଣାସ୍ଥଳରେ ଦେବଗଡ଼ ଏସପି ରାଜକିଶୋର ପାଇକରାୟ ପ୍ରତେକ୍ଷ ତତ୍ତ୍ୱାବଧାନରେ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post