କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: କାଶୀପୁର ବ୍ଲକ ଟିକିରି ଲ୍ୟାମ୍ପସର15 ନିର୍ଦ୍ଦେଶକପଦଵୀ ମଧ୍ୟରୁ ଆଜିସାତ ପଦବୀ ପାଇଁ ଅନୁଷ୍ଠିତ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି ।ଏକ ନମ୍ବର ନିର୍ବାଚନ ମଣ୍ଡଳୀ ରୁ ହରିଶ୍ଚନ୍ଦ୍ର ମାଝୀନିକଟ ତମ ପ୍ରତିଦ୍ବନ୍ଦୀ ବୃନ୍ଦାବନ ମାଝୀଙ୍କ1ଠାରୁ ଛଅ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି ।ହରିଶ୍ଚନ୍ଦ୍ର ସାତ ଟି ଭୋଟ ପାଇଥିବା ବେଳେ ବୃନ୍ଦାବନଙ୍କୁ ଗୋଟିଏ ମାତ୍ରଭୋଟ ମିଳିଛି ।ଦୁଇ ନମ୍ବର ମଣ୍ଡଳୀରୁ ଅମିନ ମାଝୀବିଜୟୀ ହୋଇଥିବା ବେଳେପାଞ୍ଚ ନମ୍ବରରୁ ପ୍ରଶାନ୍ତ ମାଝୀ ନିକଟ ତମ ପ୍ରତିଦ୍ବନ୍ଦୀ ଉଗ୍ରି ମାଝୀଙ୍କୁ ପରାସ୍ତ କରିଛନ୍ତି ।ସେହିପରି ବିଜୟ ରତ୍ନ ଚୌଧୁରୀ,ସୋମନାଥମାଝୀ, ପାଟ ମାଝୀ, ବାସନ୍ତୀ ମାଝୀ, କସାଇ ମାଝୀପ୍ରମୁଖ ଯଥା କ୍ରମେ ଛଅ,ଆଠ, ଦଶ, ବାର ନମ୍ବର ମଣ୍ଡଳୀରୁ ନିର୍ବାଚିତ ହୋଇ ଥିବା ସୂଚନା ମିଳିଛି ।ଆଜି ଟିକିରି ସ୍ଥିତପ୍ରାଥମିକ ବିଦ୍ୟାଳୟରଭୋଟ ଗ୍ରହଣ କେନ୍ଦ୍ରରେ345 ଜଣ ଭୋଟର ତଥା ପଞ୍ଜିକୃତଚାଷୀମତ ଦାନକରିଥିଲେ ।ସେହିପରି ଅନ୍ୟ ଆଠଟିନିର୍ବାଚନ ମଣ୍ଡଳୀରୁ ଭୀମସେନ ସାଉନ୍ତା,କମଳ ସାଉନ୍ତା,ବିନୋଦକୁମାର ନାଏକ,ରାଧା କାନ୍ତ ବିଶୋଇ,ଦିବାକର ଗରଡା,ଶ୍ରୀମତୀ ମାଝୀ,ଲକ୍ଷ୍ମୀ ମାଝୀ, ପପୁଲାର ମାଝୀ ନିର୍ଦ୍ଵନ୍ଦ ରେ ନିର୍ଦ୍ଦେଶକଭାବେ ନିର୍ବାଚିତ ହୋଇଛନ୍ତି ।ବିଜ୍ଞପ୍ତି ପ୍ରକାଶ ପାଇବା ପରେଆଗାମୀ ଦିନରେ ସଭାପତି ଏବଂ ଉପ ସଭାପତି ପଦ ଚୟନ କରାଯିବ ବୋଲି ଜଣା ଯାଇଛି ।ନିର୍ବାଚନ ଅଧିକାରୀ ନିରଞ୍ଜନ ନାୟକ ସହ ଅଧିକାରୀ ସୁନୀଲ ବ୍ରହ୍ମା ପୋଲିଙ୍ଗ ଅଫିସରଶିଵ ପ୍ରସାଦ ମିଶ୍ର,ଟିକିରିଲ୍ୟାମ୍ପସ ଏମଡ଼ି ଏସ କେ ଷଡ଼ଙ୍ଗୀସହିତ ଅନ୍ୟମାନେଏହାର ପରିଚାଳନା କରିଥିଲେ ।ଟିକିରି ଥାନା ଏସ ଆଇ ମନୋଜ ଜେନାଙ୍କ ନେତୃତ୍ୱରେ ପୁଲିସ ଟିମ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରା ଯାଇ ଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post