ଭଞ୍ଜନଗର /ନିଲୁ ବିଷୋୟୀ : ଭଞ୍ଜନଗର ଅଞ୍ଚଳର ବରିଷ୍ଠ ଆଇନଜୀବୀ ତଥା ଗାଲେରୀ ମହାବିଦ୍ୟାଳୟର ପ୍ରଥମ ପରିଚାଳନା ସମ୍ପାଦକ ତ୍ରିନାଥ ଗୌଡ଼ଙ୍କ ବିୟୋଗରେ କଲେଜ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ରଙ୍କନିଧି ପ୍ରଧାନ, ଦୁର୍ଗା ମାଧବ ଦାସ, ଶିତେଶ ଦାସ, ଅଶ୍ୱିନୀ କୁମାର ଗୌଡ଼, ଦିବ୍ୟ ଲୋଚନ ବିଶ୍ୱାଳ,ହେମନ୍ତ ମହାରଣା,ବିରୂପାକ୍ଷ ସାହୁ ଓ ବଙ୍ଗାଳି ସେଠୀ ପ୍ରମୁଖ ଉପସ୍ଥିତ ରହି ଅମର ଆତ୍ମାର ସଦ୍ଗତି କାମନା କରି ଦୁଇ ମିନିଟ ନିରବ ପ୍ରାଥନା ସହ ଶୃତି ଚାରଣ କରିଥିଲେ। ଏହାକୁ ଅଧ୍ୟାପକ ଦୁର୍ଗା ମାଧବ ଦାସ ସଂଯୋଜନା କରିଥିବା ବେଳେ ବିରୂପାକ୍ଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |
Sign in
Sign in
Recover your password.
A password will be e-mailed to you.
Next Post