ଉମରକୋଟ / ଜିତେନ୍ଦ୍ର ମହାନ୍ତି : ଉମରକୋଟ ବ୍ଲକ ବଡ଼ କୁମାରୀ ପଞ୍ଚାୟତ ର କଇଲାରି ଗୁଡା ରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ଚାଳ ଛପର ଘରେ ପାଣି ଗଳୁଥିବାରୁ ସଜାଡିବାକୁ ଯାଇ ବିଦ୍ୟୁତ ଆଘାତରେ ଜଣେ ଯୁବକ ର ମୃତ୍ୟୁ ଘଟିଛି। ଯୁବକ ଜଣକ ହେଲେ ବଡ଼ କୁମାରୀ ପଞ୍ଚାୟତର କୋଇଲାରିଗୁଡା ର କୁଶ ଭତ୍ରା (୩୫) । ଗତକାଲି ବର୍ଷା ହୋଇ କୁଶର ଚାଳଛପର ଘର ଗଳୁଥିଲା । କୁଶ ଆଜି ଘର ସଜାଡ଼ିବାକୁ ଘର ଉପରେ ଚଢ଼ି ଥିଲେ କିନ୍ତୁ ଜାଣିନଥିଲେ ଯେ ଯେଉଁ ବିଦ୍ୟୁତ୍ ତାରଟି ତାଙ୍କ ଘରକୁ କନେକ୍ଶନହୋଇଛି ତାହା କଟି ଯାଇଛି ବୋଲି ଜାଣିନଥିଲେ କୁଶ ଘର ଉପରେ ଚଢ଼ି ସଜାଡ଼ିବା ବେଳକୁ ତାରଟି ବେକରେ ଲାଗି ଆଘାତ ହୋଇଥିଲା ଗୁରୁତର ଅବସ୍ଥାରେ କୁଶ କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଏକ ଅଟୋ ଯୋଗେ ଉମରକୋଟ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିଲା ସେଠାରେ ଚିକିତ୍ସକ ତାଙ୍କୁ ମୃତ ଘୋଷଣା କରିଥିଲେ, ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗ କୁ ହସ୍ତାନ୍ତର କରିଥିଲେ। କୁଶ ଜଣେ ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ୧୨ବର୍ଷ ୮ବର୍ଷ ୫ବର୍ଷ ତିନି ପୁଅ ଅଛନ୍ତି ଘରେ ରୋଜଗାର କ୍ଷମ କେହି ନଥିବା ଯୋଗୁଁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post