ଜି.ଉଦୟଗିରି, ୧୧/୧୧(ଅବନୀ କୁମାର ପ୍ରଧାନ )କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ସ୍ଥିତ ପିଏମ ହବାକ ହାଇସ୍କୁଲ ର ନବମ ଶ୍ରେଣୀର ଛାତ୍ର ଆୟୁଷ କୁମାର ଦାଶ ଜିଲ୍ଲା ସ୍ତରରୁ ଚୟନ ହୋଇ ୧୭ ବର୍ଷରୁ କମ ଓଡ଼ିଶା କ୍ରିକେଟ ଟିମ ନିମନ୍ତେ ପ୍ରତିଯୋଗିତା ରେ ସାମିଲ ହୋଇଛନ୍ତି | କଟକ ବାରବାଟୀ ଷ୍ଟାଡିଅମ ଠାରେ ୧୪ ବର୍ଷରୁ କମ ଏବଂ ୧୭ ବର୍ଷ ରୁ କମ ବୟସ କ୍ରିକେଟ ଖେଳାଳୀ ମାନଙ୍କ ରାଜ୍ୟସ୍ତରୀୟ ପ୍ରତିଯୋଗିତା ବୁଧବାର ଠାରୁ ଆରମ୍ଭ ହୋଇଥିବା ବେଳେ କାନ୍ଧମାଳରୁ ୨ଟି ଟିମ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବାକୁ ଯାଇଥିବା ସୂଚନା ମିଳିଛି | ସେଥିରେ ୧୭ ରୁ କମ ଟିମରେ ସାମିଲ ହୋଇ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ସ୍ଥାନୀୟ ଅଞ୍ଚଳ, ବିଦ୍ୟାଳୟ ଏବଂ ନିଜ ପରିବାର ପାଇଁ ଗୌରବ ଆଣିଛନ୍ତି ଆୟୁଷ |ମଙ୍ଗଳବାର ନିଜ ଖେଳ ଶିକ୍ଷକ ସତ୍ୟବ୍ରତ କର୍ଣ୍ଣ, କୋଚ ଆଶିଷ କୁମାର ସେଠି, ପ୍ରଦୀପ କୁମାର ସାହୁ ଏବଂ ମ୍ୟାନେଜର ସୁରେନ୍ଦ୍ର କୁମାର ନାୟକଙ୍କ କଟକ ବାରବାଟୀ କୁ ଯାତ୍ରା କରିଥିଲେ |ବୁଧବାର ଠାରୁ ଲିଗ ପର୍ଯ୍ୟାୟ ମ୍ୟାଚ ଆରମ୍ଭ ହୋଇଥିବା ବେଳେ ଅଂଚଳ ପାଇଁ ଗୌରବ ଆଣିଥିବା ଆୟୁଷ ଙ୍କ ଶୁଭାକାଂକ୍ଷୀ ତଥା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଞ୍ଜିତ ପାଟମାଝି ଙ୍କ ସହ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଅଭିନନ୍ଦନ ଜଣାଇବା ସହ ସଫଳତା କାମନା କରିଛନ୍ତି |ଏହି ସଫଳତା ପାଇଁ ଆୟୁଷ ନିଜ ବାପା ବାଟକୃଷ୍ଣ ଦାଶ ଏବଂ ଖେଳ ଶିକ୍ଷକ, କୋଚ ଏବଂ ସାଥୀ ଖେଳାଳୀ ଙ୍କୁ ଶ୍ରେୟ ଦେଇଛନ୍ତି |
Sign in
Sign in
Recover your password.
A password will be e-mailed to you.