ପଦ୍ମପୁର – ପାଇକମାଳ ବ୍ଲକ ଅନ୍ତର୍ଗତ ସରେଇକେଲା ଗ୍ରାମ ପଞ୍ଚାୟତ ଅଧିନସ୍ଥ ବୈତାଳଭଟା ର ଦିବ୍ୟାଙ୍ଗ ସୁଶାନ୍ତ ପଟେଲ ଓ ସମ୍ବଲପୁରୀ ଗ୍ରାମର ଉଜ୍ଜଳ ଭୋଇ ଙ୍କୁ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢ଼େଇଙ୍କ ଦ୍ୱାରା ପ୍ରଦତ୍ତ ହ୍ଵିଲ ଚେୟାର ସରେଇକେଲା ସରପଞ୍ଚ ଉପେନ୍ଦ୍ର ପଟେଲ, ସମିତି ସଭ୍ୟା ଅନିତା ସାହୁ, ଜିଲ୍ଲା ପରିଷଦ ସଦସ୍ୟା ବାସନ୍ତୀ ବାଲାମ ଉଭୟ ଙ୍କ ଘରକୁ ଯାଇ ପ୍ରଦାନ କରିଛନ୍ତି l ଏହି ଚେୟାର ପ୍ରଦାନ ସମୟରେ ଅବସର ପ୍ରାପ୍ତ ଶିକ୍ଷକ ଗୋଲକ ପ୍ରଧାନ, ଲକ୍ଷ୍ମଣ ବେହେରା,ଅବସର ପ୍ରାପ୍ତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୋଗେଶ୍ୱର ବେହେରା ସମାଜ ସେବୀ ପ୍ରକାଶ ପ୍ରଧାନ, ବସନ୍ତ ପଟେଲ, ଟାଇଲ ଭୋଇ ଉପସ୍ଥିତ ଥିଲେ l ଆବଶ୍ୟକତା ଥିବା ଦିବ୍ୟାଙ୍ଗ ଙ୍କ ଚଳ ପ୍ରଚଳ ପାଇଁ ସହାୟତା ପ୍ରଦାନ କରିଥିବାରୁ ଶ୍ରୀଯୁକ୍ତ ବଢ଼େଇ ଙ୍କୁ ସାଧାରଣ ବୁଦ୍ଧିଜୀବୀ ମହଲରୁ ପ୍ରଶଂସା କରାଯାଉଛି l ଉପସ୍ଥିତ ଜନପ୍ରତିନିଧି ସରପଞ୍ଚ, ସମିତି ସଭ୍ୟା, ଜିଲ୍ଲା ପରିଷଦ ସଦସ୍ୟା ଆଦି ଅନ୍ୟ ଦିବ୍ୟାଙ୍ଗ ଜନ ଙ୍କୁ ଆବଶ୍ୟକତା ଅନୁସାରେ ସବୁପ୍ରକାର ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି l
Sign in
Sign in
Recover your password.
A password will be e-mailed to you.