ଭଞ୍ଜନଗର/ ନିଲୁ ବିଷୋୟୀ : ଭଞ୍ଜନଗର ଉପଖଣ୍ଡସ୍ତରୀୟ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ ଉପସ୍ଥିତ ରହି ସର୍ବପ୍ରଥମେ ଭିନ୍ନକ୍ଷମମାନଙ୍କ ଅଭିଯୋଗ ଏବଂ ପରେ ସାଧାରଣ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ସମ୍ମୁଦାୟ ୩୧ଟି ଅଭିଯୋଗ ପତ୍ର ଲିନା କୁମାରୀ ଖେସ ଗ୍ରହଣ କରିଥିଲେ। ଦିବ୍ୟାଙ୍ଗମାନଙ୍କ ନିକଟରୁ ୪ଟି ଅଭିଯୋଗ ପତ୍ର ଆସିଥିଲା ବେଳେ ୨୭ ଟି ସାଧାରଣ ଅଭିଯୋଗ ପତ୍ର ଗ୍ରହଣ କରାଯାଇଛି । ଅଭିଯୋଗ ଶୁଣାଣି କାର୍ଯ୍ୟ କ୍ରମରେ ଭଞ୍ଜନଗର ଭାରପ୍ରାପ୍ତ ଉପଜିଲ୍ଲପାଳ ମନୋଜ କୁମାର ତ୍ରିପାଠୀ, ଉପଖଣ୍ଡ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର, ଗ୍ରାମ୍ୟ ଜଳଯୋଗାଣ ପରିମଳ ବିଭାଗ ସରୋଜ କୁମାର କର, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ, ଭଞ୍ଜନଗର ଜନ ସ୍ଵାସ୍ଥ୍ୟ ବିଭାଗ ବିନୟ କୁମାର ସାହୁ ,ସହାୟକ ଜିଲ୍ଲାପାଳ ସଞ୍ଜୟ କୁମାର ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାସ, ଏଷ୍ଟ।ବ୍ଳିଶମେଣ୍ଟ ଅଫିସର ଅନିଲ କୁମାର ପଣ୍ଡା, ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି ଏବଂ ସମ୍ପୁକ୍ତ ବିଭାଗର ଅଧିକାରୀ ଗଣ ଉପସ୍ଥିତ ଥିଲେ। ଏହି ଅଭିଯୋଗ ଶୁଣାଣି ସମୟରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଅଫିସ ର କର୍ମଚାରୀ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post