ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ” ବିଶ୍ୱ ଶିଶୁ ଶ୍ରମିକ ନିଷେଧ ଦିବସ” ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ”ପ୍ରାଉଡ଼” ଶିଶୁ ଯତ୍ନ ଅନୁଷ୍ଠାନ ରା.ସୀତାପୁର ଠାରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ”ବିଶ୍ୱ ଶିଶୁ ଶ୍ରମିକ ନିଷେଧ ଦିବସ” ପାଳିତ ହୋଇଯାଇଛି।
ପ୍ରାଧିକରଣ ଅଧ୍ୟକ୍ଷ ତଥା ଦୌରା ଜଜ୍ ଶ୍ରୀ ସତ୍ୟପିର ମିଶ୍ରଙ୍କ ଆଦେଶ କ୍ରମେ ଆୟୋଜିତ ଏହି ସଚେତନତା ଶିବିରରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ମାନସ କୁମାର ପଣ୍ଡା , ସବ୍ ଜଜ୍ ତଥା ପ୍ରାଧିକରଣ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ , କୋର୍ଟ ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରଣା , ଶିଶୁ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଅଳକା ସାହୁ ଓ ଲିଗାଲ ପ୍ରବେଶନ୍ ଅଫିସର ଶ୍ରୀ ବାଡ଼ତ୍ୟାଙ୍କ ସମେତ ”ପ୍ରାଉଡ଼” ଅନୁଷ୍ଠାନର ଅଧିକ୍ଷକ ଶ୍ରୀମତୀ ସୁନିତା ପାଢ଼ୀ ଓ ଅନ୍ୟାନ୍ୟ ଛାତ୍ରୀ ମାନେ ଉପସ୍ଥିତ ଥିଲେ।
ଆଇନ ସେବା ପ୍ରାଧିକରଣ ତରଫରୁ ଆୟୋଜିତ ଏହି ସଚେତନତା ଶିବିରରେ ବିଭିନ୍ନ ଶିଶୁ ମାନଙ୍କ ପାଇଁ ଉଦ୍ଧିଷ୍ଟ ଆଇନ ଓ ସମାଜରେ କିପରି ଶିଶୁ ଶ୍ରମିକ ରୋକା ଯାଇପାରିବ ସେ ଉପରେ ଉପସ୍ଥିତ ଶିଶୁ ଓ ସାଧାରଣ ଲୋକଙ୍କୁ ଅବଗତ କରାଯାଇଥିଲା।
ସମସ୍ତ ଶିଶୁ କିପରି ଶ୍ରମିକ କାର୍ଯ୍ୟରୁ ନିବୃତ ରହି ବିଦ୍ୟାଳୟ ଯିବା ପାଇଁ ଇଚ୍ଛା ପ୍ରକାଶ କରିବେ ଓ ଏଥିପାଇଁ ସମାଜର ଦାଇତ୍ଵ ବିଷୟରେ ଆଲୋକପାତ କରାଯାଇଥିଲା। ସମସ୍ତ କାର୍ଯ୍ୟକୁ ପ୍ରାଧିକରଣର କର୍ମଚାରୀମାନେ ପରିଚାଳନା କରିଥିଲେ।

Leave A Reply

Your email address will not be published.