କଟକ: ଏବର୍ଷ ହେବ କଟକ ଐତିହାସିକ ବାଲିଯାତ୍ରା । କୋଭିଡ ପାଇଁ ୨ ବର୍ଷ ଧରି ବନ୍ଦ ଥିବା ବାଲିଯାତ୍ରା ଏବର୍ଷ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ। ଆଜି ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚଇନୀ କହିଛନ୍ତି ଯେ ଚଳିତ ବର୍ଷ ବାଲିଯାତ୍ରା ହେବ | କରୋନା କାରଣରୁ ଗତ ଦୁଇ ବର୍ଷ ହେବ ବାଲିଯାତ୍ରା ଆୟୋଜନ କରିହୋଇନଥିଲା। ଚଳିତ ବର୍ଷ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ବାଲିଯାତ୍ରା କରିବାକୁ ନିଷ୍ପତ୍ତି ନେଇ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି ବୋଲି ଜିଲ୍ଲାପାଳ କହିଛନ୍ତି।