ରାଜ୍ୟ ସରକାରଙ୍କ ନୂତନ ଶିକ୍ଷାନୀତି ଅନୁଯାୟୀ ସରକାରୀ ବିଦ୍ୟାଳୟର ନବୀକରଣ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨ୟ ପ୍ରର୍ଯ୍ୟାୟ ଭିତ୍ତିରେ ୫-ଟି ଅନ୍ତର୍ଭୁକ୍ତ ହାଇସ୍କୁଲ ରୁପାନ୍ତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ଯ୍ୟାୟ ଗଜପତି ଜିଲ୍ଲାର ୩୧ଟି ରୁପାନ୍ତରିତ ହାଇସ୍କୁଲକୁ ଭିଡିଓ କନଫରେନ୍ସ ମାଧ୍ୟମ  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକର୍ପଣ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲାର କାର୍ତ୍ତିକ ଗମାଙ୍ଗ ହାଇସ୍କୁଲ୍ , ମହେନ୍ଦ୍ରଗଡ, ରା.ଉଦୟଗିରି ବ୍ଲକ ଠାରେ ମହାସମୋହାରେ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମାନ୍ୟବର ସାସଂଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ , ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ଗାବାରା ତିରୁପତି ରାଓ , ମୋହନା ବିଧାୟକ ଦାସରଥି ଗମାଙ୍ଗ , ସେହି ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ରେଶମା ବେଗମ ମଞ୍ଚାସୀନ ଥିଲେ।
ଜିଲ୍ଲାପାଳଙ୍କ ଅଭିଭାଷଣ ଦ୍ୱାରା ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ଦ୍ୱାରା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଦଶମ ଶ୍ରେଣୀ ଛାତ୍ରୀ ରେଶମା ବେଗମ ତାଙ୍କ ଅଭିବ୍ୟକ୍ତ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସ୍କୁଲରେ ଇ-ଲାଇବ୍ରେରୀ , ବିଜ୍ଞାନ ଲେବ, ଶୌଚାଳୟର ବ୍ୟବସ୍ଥା ସୁନ୍ଦର ପରିବେଶ ନିର୍ମାଣ ହେତୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ, ଡି.ଆର୍.ଡି.ଏ ଶ୍ରୀଯୁକ୍ତ ମହେଶ୍ୱର ଚନ୍ଦ୍ର ନାୟକ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ରଥ , ବ୍ଲକର ଅନ୍ୟାନ୍ୟ କର୍ମଚାରୀ , ସମସ୍ତଙ୍କ ସହିଯୋଗରେ ସଫଳ ରୁପାୟନ ହୋଇଥିଲା । ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ।

Leave A Reply

Your email address will not be published.