ଭଞ୍ଜନଗର / ନିଲୁ ବିଷୋୟୀ : ଭଞ୍ଜନଗର ବ୍ଲକ ସ୍ଥିତ ଲାଲସିଙ୍ଗ ପଞ୍ଚାୟତ ଛେଦାଭୂମି ଗ୍ରାମରେ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ଅବସରରେ ବାବା ଶ୍ରୀ ବିଶ୍ୱନାଥ ସ୍ୱାମୀ ନାଟ୍ୟ ସଂସଦ ଦ୍ୱାରା ପ୍ରସ୍ତୁତ ସାମାଜିକ ନାଟକ ‘ଦୁଃଖ ମୋ ଭାଗ୍ୟରେ ଲେଖା” ଶୁକ୍ରବାର ମନସ୍ଥ ହୋଇଯାଇଛି।ଏହାକୁ ବଳରାମ ବେହେରା ରଚନା ଓ ଶିଶିର କାନ୍ତ ଦାଶଙ୍କ ନିର୍ଦ୍ଦେଶନାରେ ଏହି ପଞ୍ଚାୟତର ବହୁ କଳାକାର ଅଭିନୟ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ୫୦ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ଶୈଳବାଳା ବିଷୋୟୀ ଓ ଉଦ୍ଘାଟକ ଭାବେ ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ ଯୋଗଦେଇ ଉଦଘାଟନ କରିଥିଲେ। ପ୍ରାକ୍ତନ କଲେଜ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ପ୍ରାକ୍ତନ ପ୍ରାଧ୍ୟାପକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷା ରାଜଲଷ୍ମୀ ପ୍ରଧାନ, ଲାଲସିଙ୍ଗ ସରପଞ୍ଚ ଶିବରାମ ସାହୁ, ଯୁବ ସଙ୍ଗଠକ ବିଷ୍ଣୁ ପ୍ରସାଦ ପ୍ରଧାନ ମଞ୍ଚରେ ଉପସ୍ଥିତ ଥିଲେ।ଅନୁପମ ବାନାର୍ଜୀ ସଭା କାର୍ଯ୍ୟ ପରିଚାଳନା କରିଥିଲେ।ପଞ୍ଚାୟତର ବହୁ ବରିଷ୍ଠ କଳାକାର ଓ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ମାନିତ କରାଯାଇଥିଲା।ଏଥିରେ ଓମ୍ସି ଚିତ୍ରାଳୟ, ବ୍ରହ୍ମପୁର ମଞ୍ଚ ସଜ୍ଜା ଓ ମାନସ ମ୍ୟୁଜିକ,ନୟାଗଡ଼ ସଙ୍ଗୀତ ପରିଚାଳନା କରିଥିଲେ।ବାବୁଲା ନାୟକ, ମନୋଜ ପ୍ରଧାନଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post