ଭଞ୍ଜନଗର / ନିଲୁ ବିଷୋୟୀ : ଭଞ୍ଜନଗର କଲେଜ ରୋଡ଼ ଠାରେ ଥିବା ଏକ ହୋଟେଲ୍ ନିକଟ ରାସ୍ତାକଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଭଞ୍ଜନଗର ସହରର ଜୟଦେବ ମହାରଣାଙ୍କ ପୁଅ ସୀତାରାମ ମହାରଣା(୩୬) ବୋଲି ଜଣାପଡିଛି। ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ତାର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାସ ପ୍ରକାଶ କରିଛନ୍ତି। ଏଥିସହ ତାର ମାଆର ଏତଲା କ୍ରମେ କେସ୍ ନମ୍ବର ୨୮୨ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ,ଗତକାଲି ରାତିରେ ସୀତାରାମ ଏକ ଭୋଜିରେ ଯୋଗଦେବା ଘରେ କହି ଯାଇଥିଲେ । ତେବେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରକୁ ଆଉ ଫେରିନଥିଲେ। ଆଜି ସକାଳ ସମୟରେ କ୍ଷତବିକ୍ଷତ ଅବସ୍ଥାରେ କଲେଜ ରୋଡ଼ରେ ପଡିଥିବା ଦେଖି କିଛି ବ୍ୟକ୍ତି ଡାକ୍ତରଖାନା ଆଣିଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ପୁଲିସ୍ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତଦନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.
Prev Post