ବରଗଡ:-ବାରମ୍ବାର ଜିଲ୍ଲା ପ୍ରଶାସନ ର ଠକାମୀ ର ଶିକାର ହେବାରେ ଲାଗିଛି ରାଜବୋଡାସମ୍ୱର କୃଷକ ସଂଗଠନ । ଆସନ୍ତା ତା ୧୩.୦୬.୨୦୨୨ରିଖ ରେ କୃଷକ ସଂଗଠନ ର ଆହ୍ୱାନ କ୍ରମେ ଜେଲଭରା ଆନ୍ଦୋଳନ ରୁ ନିବୃତ ରହିବା ଏବଂ ଆଉ ୧୫ ଦିନ ସମୟ ପ୍ରଶାସନ ଦେବାକୁ ରାଜବୋଡାସମ୍ୱର କୃଷକ ର କେତେକ ବରିଷ୍ଠ ନେତାଙ୍କୁ ବରଗଡ ଆରକ୍ଷୀ ଅଧିକ୍ଷକ ତାଙ୍କ ବରଗଡ କାର୍ଯ୍ୟଳୟ କୁ ଡାକିଥିଲେ ।ଏସ.ପି ଅଫିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଲୋଚନା ରେ କୃଷକ ସଂଗଠନ ର ପ୍ରତିନିଧି ଦଳ ଙ୍କ ସମେତ ଏସ.ଡି.ପି.ଓ ପଦ୍ମପୁର,ଏଡିଏମ୍ ବରଗଡ଼,ପଦ୍ମପୁର ଥାନା ଅଧିକାରୀ ଙ୍କ ଭିତରେ ଆସନ୍ତା ୧୩.୦୬.୨୦୨୨ ର ଆନ୍ଦୋଳନ ସମ୍ପର୍କରେ ବିଶଦ ଆଲୋଚନା ହୋଇଥିଲା ।ହେଲେ କୈାଣସି ସମାଧାନ ର ରାସ୍ତା ବାହାରି ପାରିନଥିଲା । ପ୍ରଶାସନ ଆଉ ୧୫ ଦିନ ମହଲତୀ ମାଗିଥିଲେ ।ହେଲେ କୃଷକ ସଂଗଠନ ତରଫରୁ ତାଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ କରିଦିଆଯାଇଥିଲା । ବାରମ୍ବାର ଜିଲ୍ଲା ପ୍ରଶାସନ କୁ ବିଶ୍ୱାସ କରି ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ ଜାରି ସତ୍ୱେ ଠକାମୀ ର ସୀମା କୁ ଆଉ ବରଦାସ୍ତ କରାଯାଇପାରିବ ନାହିଁ ।ଏଣୁ ଆମେ ଆମ ନିଷ୍ପତ୍ତି ରେ ଅଟଳ ବୋଲି ରୋକ ଠୋକ ଜଣାଇ ଦେଇଥିଲେ ।ଏହି ଆଲୋଚନା ସମୟରେ କୃଷକ ସଂଗଠନ ରେ ଜଡିତ ଚାଷୀ ନେତା ରମେଶ ମହାପାତ୍ର, ଅଶୋକ ସାହୁ, ରୋହିତ ପଧାନ, କୈଳାସ ବାରିକ, ଅମୃତଲାଲ ସାହୁ,ବିଜୟ ସାହୁ, ବାଳକୃଷ୍ଣ ବନଛୋର,ପ୍ରଭାତ ସାହୁ,ରାହାସ ସାହୁ, ଅରବିନ୍ଦ ପଣ୍ଡା, ସରୋଜ ସାହୁ,ମୁରଲୀଧର ପ୍ରମୁଖ ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.
Next Post