ଭଞ୍ଜନଗର/ନିଲୁ ବିଷୋୟୀ : ଘର ଆଗରେ ଏକ ବାଇକ ବିଳମ୍ବିତ ରାତିରେ ପୋଡି ଦେଇଛନ୍ତି ଦୁର୍ବୃତ୍ତ ।ଗାଙ୍ଗପୁର ଥାନା ଅଧୀନ ନେଟେଙ୍ଗା ଗ୍ରାମରେ ଘଟିଛି ଏହି ଘଟଣା । ନେଟେଙ୍ଗା ଗ୍ରାମର ବୁଲୁ ଲେଙ୍କା ସବୁ ଦିନ ପରି ଘର ପିଣ୍ଡାରେ ତାଙ୍କର ବାଇକ ଟି ରଖିଥିଲେ। ହେଲେ ବିଳମ୍ବିତ ରାତ୍ରରେ କେହି ଦୁର୍ବୁତ୍ତ ବାଇକ ଟିକୁ ପୋଡି ଦେଇଥିବା ଅଭିଯୋଗ ହୋଇଛି ।ଏଥି ସହିତ ନିକଟରେ ଥିବା ବାପି ଲେଙ୍କାଙ୍କ ବାଇକଟି ମଧ୍ୟ ସାମାନ୍ୟ ପୋଡି ହୋଇଯାଇଛି।
ଘଟଣାସ୍ଥଳରେ ଗାଙ୍ଗପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ପୂର୍ବ ଶତ୍ରୁତା କିମ୍ବା ରାଜନୈତିକ ଆକ୍ରୋଶ ରଖି କେହି ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇ ଥିବା ସନ୍ଦେହ କରାଯାଉଛି ।
Sign in
Sign in
Recover your password.
A password will be e-mailed to you.