ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ସୁଦୃଢ଼ ନହେବାଯାଏ ଆଖିଦୃଶିଆ ବୈଦେଶିକ ପୁଞ୍ଜିନିବେଶ ଆସିନପାରେ : ଦିଲ୍ଲୀପ ମଲ୍ଲିକ

0

 

ଭୁବନେଶ୍ୱର : ” ଯେପର୍ଯ୍ୟନ୍ତ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ଭିତ୍ତିଭୂମିର ସୁଦୃଢ଼ୀକରଣ ହୋଇନାହିଁ ସେ ପର୍ଯ୍ୟନ୍ତ ଆଖିଦୃଶିଆ ବୈଦେଶିକ ପୁଞ୍ଜି ଆସିବ ବୋଲି ସ୍ପଷ୍ଟ ମନେ ହେଉନାହିଁ” ବୋଲି ପୁଞ୍ଜିନିବେଶ ଆଣିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ଭାବ୍ୟ ବିଦେଶ ଗସ୍ତରେ ଅବ୍ୟବହିତ ପୂର୍ବରୁ ମତବ୍ୟକ୍ତ କରିଛନ୍ତି ବିଜେପି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲ୍ଲୀପ ମଲ୍ଲିକ |
ଶ୍ରୀ ମଲ୍ଲିକ ଟୁଇଟ କରି କହିଛନ୍ତି ଯେ “ଓଡ଼ିଆରେ ଗୋଟିଏ କଥା ଅଛି – ଭେକ ଥିଲେ ଭିକ ମିଳେ, କିନ୍ତୁ ମୁଁ ଏଠି ଆଦୈ। ଭିକ କଥା କହୁନାହିଁ ବର° ପୁଞ୍ଜି ନିବେଶ ବିଷୟରେ। ଯେପର୍ଯ୍ୟନ୍ତ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ଭିତ୍ତିଭୂମିର ସୁଦୃଢ଼ୀକରଣ ହୋଇନାହିଁ ସେ ପର୍ଯ୍ୟନ୍ତ ଆଖିଦୃଶିଆ ବୈଦେଶିକ ପୁଞ୍ଜି ଆସିବ ବୋଲି ସ୍ପଷ୍ଟ ମନେ ହେଉନାହିଁ। ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ହେଉ, ବୈଦେଶିକ ପୁଞ୍ଜି ଆସୁ ଏବଂ ବଡ଼ ଶିଳ୍ପକୁ ଆଧାର କରି ସ୍ଥାନୀୟ ସ୍ତରରେ ଓଡ଼ିଆ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାରେ ରାଜ୍ୟ ସରକାରଙ୍କର ଆନ୍ତରିକତା ପରିଲକ୍ଷିତ ହେଉନାହିଁ। ଯାହା ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୨ ବର୍ଷ ଶାସନର ଇତିହାସ ଅବଗତ କରୁଛି।” ଶ୍ରୀ ମଲ୍ଲିକ ଆହୁରି ମଧ୍ୟ ” କହିଛନ୍ତି ରାଜ୍ୟରେ ଶିଳ୍ପାୟନର ବିକାଶ ହେଉ ବୋଲି ଆନ୍ତରିକ ଉଦ୍ୟମ ଓ ଆବଶ୍ୟକ ଭିତ୍ତିଭୂମିର ବିକାଶ ପରିବର୍ତ୍ତେ କେବଳ ସମୟେ ସମୟେ ଅନ୍ୟ ଉଦ୍ଦେଶ୍ୟରେ ଶିଳ୍ପାୟନକୁ ନେଇ କେବଳ ପ୍ରଚାର ପ୍ରସାର କରି ରାଜ୍ୟସରକାର ନିଜ ସପକ୍ଷରେ ଶ୍ରେୟ ଗୋଟେଇ ସ୍ଵଳ୍ପ ସମୟ ପାଇଁ ବାହାବାହା ନେଉଛନ୍ତି। ଅର୍ଥାତ୍ ଓଡିଶା ଗରିବ ହୋଇ ରହୁ ରାଜ୍ୟ ସରକାର ଚାହୁଁଛନ୍ତି !! ବିନା ଅସ୍ତ୍ର ଶସ୍ତ୍ରରେ ଯୁଦ୍ଧକୁ ବାହାରି ଯିବା ଯାହା – ପୁଞ୍ଜି ଆଣିବା ଉଦ୍ଦେଶ୍ୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ଠିକ୍ ସେହିଭଳି ଅନୁମେୟ ହେଉଛି। ଓଡ଼ିଆଙ୍କୁ ପୁଣି ଭକୁଆ ବନେଇବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ନୁହେଁ ତ !! ଦେଖାଯାଉ, ପୁଣି ସମୟ କହିବ !”

Leave A Reply

Your email address will not be published.